ପୂଜା ପାଇଲେ ରାଧାକୃଷ୍ଣ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ରାମକୃଷ୍ଣପୁର ଗ୍ରାମର ଦୋଳଗୋବିନ୍ଦ ପୂଜା ଗୋପାଳ ସାହିରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ପୁସ୍କରିଣୀରୁ ୫ଗୋଟି କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଧରଣୀଧର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ଉକ୍ତ ପୂଜା ଗୌଡଦୋଳ ପୂଜା ହୋଇଥିବାରୁ ପୂଜା ମଣ୍ଡପରେ ୭ ଦିନ ଧରି ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଆଖପାଖ ଅଞ୍ଚଳରୁ ଦର୍ଶକ ମାନେ ଏହି ପୂଜା ଉତ୍ସବରେ ଭିଡ ଜମାଉଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶିଳ୍ପୀ ଅଲେଖ ରଣାଙ୍କ ଦ୍ୱାରା ରାଧାକୃଷ୍ଣ ଓ ପାଶ୍ୱର୍ମୂର୍ତ୍ତି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । କାର୍ଯ୍ୟକ୍ରମ ପରିଚାଳନାରେ ରାମକୃଷ୍ଣପୁର ଗୋପାଳ ସାହିର ଲୋକ ମାନେ ସହାୟତା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ