ଗୋବିନ୍ଦାଗାଡ଼ିଆ ଠାରେ ପ୍ରବଚନ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ସୀମାନ୍ତ ଗୋବିନ୍ଦଗାଡ଼ିଆ ଠାରେ ଶ୍ରୀକ୍ଷେତ୍ର ନିବାସୀ ସରୋଜିନୀ ଦେବୀଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର କାର୍ତ୍ତିକେଶ୍ୱର ପୂଜା ଅବସରରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଆୟୋଜନ ହୋଇଥିବା ପ୍ରବଚନ କାର୍ଯ୍ୟକ୍ରମରେ ସରୋଜିନୀ ଦେବୀ ଯୋଗଦେଇ ରାମ କଥା ଅମୃତ ପାଠ କରିଥିଲେ। ଏଥିରେ ସାଥି ମହେଶ୍ବର ଖୁଣ୍ଟିଆ, ବନମାଳୀ ଦାସ, କଣ୍ଠଶିଳ୍ପୀ ସୁଭାଗିନୀ ପାତ୍ର, ସୁଦାମ ଚରଣ ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଗ୍ରାମର ଫକୀର ଚରଣ ରାଉତ, ବୈଷ୍ଣବ ରାଉତ, ମୁରଲୀଧର ରାଉତ, ଚନ୍ଦ୍ରମଣି ରାଉତ, ନୀଳମଣି ରାଉତ, ମହେଶ୍ୱର ରାଉତ, ଗୟାଧର ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଆଖପାଖ ଅଞ୍ଚଳର ବହୁ ରାମଭକ୍ତ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ