ଗ୍ରାମୀଣ କୌଶଲ୍ୟ ଯୋଜନାର ଦକ୍ଷତା ରଥ ଉଦ୍ଘାଟିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକର ଓଡିଶା ଜୀବିକା ମିଶନ ପକ୍ଷରୁ ସରକାରଙ୍କ ଅଭିନବ ରୋଜଗାର ବ୍ୟବସ୍ଥା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ଦକ୍ଷତା ରଥ ସୋମବାର ବ୍ଲକ କାର୍ଯ୍ୟାଳୟରୁ ଉଦଘାଟିତ ହୋଇଯାଇଛି । ଏହାକୁ ବିଡିଓ ରଶ୍ମୀରେଖା ମଲ୍ଲିକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଉଦ୍ଘାଟନି ଉତ୍ସବରେ ଏବିଡିଓ ଦେବେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଡାବର ସମିତି ସଭ୍ୟ ସୁବଳ ବେହେରା, ଓଷକଣା ସରପଂଚ ନାରାୟଣ ସ୍ୱାଇଁ, ଘୋଡାଂଶ ସରପଂଚ ନିହାର ରଂଜନ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।


