ଚଳନ୍ତା ଅଟୋରେ ନିଆଁ ଲାଗି ହୁତୁ ହୂତୁ ହୋଇ ଜଳିଗଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ପାଟପୁର ଥାନା ଗାନ୍ଧିଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଚଳନ୍ତା ଅଟୋ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି l ଅଟୋ ଟି ନୃସିହ ରଣା ଡ଼େଙ୍ଗାପଦର ଗ୍ରାମର ବୋଲି ଜଣାପଡିଛି l ସୂଚନା ପ୍ରକାରେ ନୃସିଂହ ରଣା ନିଜର ଅଟୋ ରେ ଗ୍ରାମରୁ ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମକୁ ପାସେଞ୍ଜର ଛାଡି ଡ଼େଙ୍ଗାପଦର ଯାଉଥିବା ବେଳେ ଗାନ୍ଧୀଛକ ନିକଟରେ ଅଟୋ ର ପଛପଟ ଟାଙ୍କି ନିକଟରୁ ନିଆଁ ଲାଗିଥିଲା l ନିଆଁ ଲାଗିଥିବା ଅଟୋ ଡ୍ରାଇଭର ଜଣଙ୍କ ଦେଖି ଅଟୋ ଟିକୁ ରାସ୍ତାରେ ରଖି ଓଲ୍ଲାଇ ଗଲେ l ଅଳ୍ପ ସମୟ ମଧ୍ୟରେ ରାସ୍ତାରେ ଅଟୋ ଟି ହୁତୁହୁତୁ ହୋଇ ଜଳିଯାଇଥିବା ବେଳେ ଗାଡି ଚଳାଚଳ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା l ଉକ୍ତ ଦୁର୍ଘଟଣା ରେ କାହାରି ମୃତ ହୋଇନଥିବା ସୂଚନା ମିଳିଛି l ଖବର ପାଇ ପାଟପୁର ପୋଲିସ ପହଞ୍ଚି ଲୋକଙ୍କୁ ଗାଡି ନିକଟକୁ ଯିବାକୁ ବାରଣ କରିଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି l ସର୍ଟ ସର୍କିଟ ଯୋଗୁଁ ଅଟୋରେ ନିଆଁ ଲାଗିଲା ବୋଲି ଅଟୋ ଚାଳକ କହୁଥିବା ଶୁଣିବାକୁ ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ