ଚାରିଛକ ବଜ଼ାରରେ ନିର୍ମାଣ ହେବ ଡ୍ରେନ ଓ ଉଚ୍ଚରାସ୍ତା
ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନସ୍ଥ ଚାରିଛକ ବଜାରରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଥୁଲା । ପାଣି ନିସ୍କାସନ ର ବାଟ ନଥିବାରୁ ଜନସାଧାରଣ, ସ୍ଥାନୀୟ ବ୍ୟବସାୟୀ ଓ ଗାଡିଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି l ବିଭିନ୍ନ ଗଣମାଧ୍ୟମ ରେ ଏ ସମ୍ପର୍କ ରେ ଖବର ପ୍ରକାଶ ପାଇବlସହିତ ଏଦିଗରେ ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ନିକଟରେ ଦାବି କରାଯାଇଥିଲା l ମନ୍ତ୍ରୀ ଶ୍ରୀ ଦାଶ ତୁରନ୍ତ ଏହି ସମସ୍ୟା ର ସମାଧାନ କରିବାକୁ ପୂର୍ତ୍ତ ବିଭାଗ କୁ ନିର୍ଦେଶ ଦେଇଥିଲେ l ଆଜି ନିମାପଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସାରଦା ପ୍ରସନ୍ନ ଦାସ ଘଟଣା ସ୍ଥଳ ପରିଦର୍ଶନ କରି ତିନି ଦିନ ମଧ୍ୟରେ ଚାରିଛକ ବଜ଼ାର ଠାରେ ରାସ୍ତା ର ଉଚ୍ଚା କାର୍ଯ୍ୟ ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସହକାରୀଯନ୍ତ୍ରୀ ଙ୍କ ସହିତ 21ନଂ ଜୋନ ବିଜେଡି ପର୍ଜ୍ୟବେକ୍ଷକ ପ୍ରଭାତ ଦାଶ,ଭୋଦର ପଂଚାୟତ ବିଜେଡି ସଭାପତି ପ୍ରଶାନ୍ତ ବେହେରା, ଶତ୍ରୁଘ୍ନ ପାତ୍ର ,ବିଷ୍ଣୁ ମହାରଣା,ବିଜୟ ପାତ୍ର ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ପ୍ରମୁଖ ରାସ୍ତା ର ନବୀକରଣ ଓ ଡ୍ରେନ ସମ୍ପର୍କ ରେ ଆଲୋଚନା କରିଥିଲେ ।ପାଣି ଜମୁ ଥିବା ସ୍ଥାନ ତିରିଶ ମିଟର କୁ ଉଚ୍ଚା କରିବା ସହିତ ଖୁବ୍ ଶୀଘ୍ର ଚାରି ଛକ ବଜ଼ାର ରେ ଡ୍ରେନ ନିର୍ମାଣ କରାଯିବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ଦାସ ପ୍ରତିଶୃତି ଦେଇଥିଲେ । ଚାରିଛକ ବଜ଼ାର ପୁରୀ ଜିଲ୍ଲା, କଟକ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ଜଗତସିଂହପୁର ଜିଲ୍ଲା ର ସଂଯୋଗ ସ୍ଥଳ ହୋଇ ଥିବାରୁ ଏଠାରେ ଶହ ଶହ ବ୍ୟକ୍ତିଙ୍କ ଯିବାଆସିବା ଲାଗିରହିଥାଏ l


