ଚାଷୀ ମାନଙ୍କ ସମସ୍ୟା ନେଇ ତହସିଲଦାରଙ୍କୁ ଭେଟିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ ତହସିଲଦାରଙ୍କୁ ଭେଟିଥିବା ଜଣାଯାଇଛି । ଚାଷ ଜମିକୁ ଠିକ୍ ଭାବେ ପାଣି ନମାଡିବା, ଗଣିଜାଙ୍ଗ, ରାମକୃଷ୍ଣପୁର, ଦୋଳପଦୀ, କାଦବରାଙ୍ଗ, ସେଣ୍ଡତୀରା, ଅଣିଜୋ ଆଦି ଅଞ୍ଚଳରେ କେନାଲ ଓ କାଡା ନାଳରେ ବହୁ ସମସ୍ୟା ରହିଥିବା, ଦୀର୍ଘ ୧ ବର୍ଷ ହେବ ଚାଷୀମାନେ ବୁଲବୁଲ୍ ଅର୍ଥ ନପାଇବା, ପାଣି ପଞ୍ଚାୟତ ଓ ଡ୍ରେନେଜ୍ ବିଭାଗ ଠିକ୍ ଭାବେ କାର୍ଯ୍ୟ ନକରିବା, କୃଷି ବିଭାଗର କର୍ମଚାରୀ ମାନେ ଚାଷ ଜମି ପରିଦର୍ଶନ ନକରିବା, ପ୍ରତି ବର୍ଷ ଚାଷୀୀ ମାନେ ଧାନ ବିକ୍ରିରେ ସମସ୍ୟାର ସମ୍ମୁଖୀନ ହେବା, ତହସିଲକୁ ଆସୁଥିବା ସାଧାରଣଲୋକେ ସଠିକ୍ ସେବା ନପାଇବା, ସାଧାରଣଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ରିଲିଫ କୋଡ(ଆଇନ) ତୁରନ୍ତ ସଂଶୋଧନ କରାଯିବା ଆଦି ବିଭିନ୍ନ ଦାବୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ତ୍ରିଲୋଚନ ପଣ୍ଡା, ସତ୍ୟରଂଜନ ନାୟକ, ମାଧବ ଚନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ଜେନା, ରଂଜନ କୁମାର ବାରିକ ପ୍ରମୁଖ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।


