ମୋ ଉପକାରୀ ବଗିଚା ଉପରେ ଗ୍ଲୋବାଲ ବିଜ୍ନେସ୍ ପ୍ରମୋସନ ମାଡ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ଓଡିଶା ଜୀବିକା ମିଶନ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ଅଧିନରେ ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରାଇ ସମାଜର ମୁଖ୍ୟସୋତ୍ରରେ ସାମିଲ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି । ଜୀବିକା ମିଶନର କର୍ମଚାରୀଙ୍କ ନିଷ୍ଠାପର କର୍ତ୍ତବ୍ୟନିଷ୍ଠା ପାଇଁ ସରକାରଙ୍କ ଆଭିମୁଖ୍ୟ ସଫଳ ହୋଇଥିବା ବେଳେ କେତେକ କର୍ମଚାରୀଙ୍କ ମନମାନୀ, ବ୍ୟବସାୟିକ ଓ ଲାଭଖୋର ମନୋବୃତ୍ତି ସରକାରଙ୍କ ଆଭିମୁଖ୍ୟକୁ ସଂପୂର୍ଣ୍ଣ ଫଳବତୀ ହେବାରେ ବାଧବ ସାଜିଛି । ଏହାର ଏକ ନଗ୍ନ ଦୃଷ୍ଟାନ୍ତ ବନ୍ତ ବ୍ଲକ ଜୀବିକା ମିଶନ ବିଭାଗରେ ଜଣେ ଜନୈକ କର୍ମଚାରୀଙ୍କ ନେତୃତ୍ୱରେ ତୃଣମୂଳ ସ୍ତରୀୟ କର୍ମଚାରୀ(ଏମ୍.ବି.କେ, ସିଆରପି) ମାନଙ୍କ ମାଧ୍ୟମରେ ଏକ କମ୍ପାନୀର(ଓସମୋଜ) ବିଜନେସ୍ ପ୍ରମୋସନ କାର୍ଯ୍ୟ କରାଉଥିବା ଆଲୋଚନାର ବିଷୟ ହୋଇଛି । ସଂପୃକ୍ତ ବ୍ଲକ ଜୀବିକା ମିଶନ କର୍ମଚାରୀ ଗ୍ରାମ ପଞ୍ଚାୟତ ସ୍ତରୀୟ(ଏମ୍.ବି.କେ, ସିଆରପି) ମାନଙ୍କୁ ନିଜର ଆକାଉଣ୍ଟ ନମ୍ବର, ଫୋନ୍ ପେ ଓ ଗୁଗୁଲ୍ ପେ ନମ୍ବରରେ ୧ ହଜାର ଡିପୋଜିଟ୍ ଦେଇ ଗ୍ଲୋବାଲ ବିଜ୍ନେସ ପ୍ରମୋଟର ହୋଇ ୨ ଜଣଙ୍କୁ ପ୍ରମୋଟ କରିବାକୁ ନିଜର ବାକ୍ଚାତୁର୍ଯ୍ୟରେ ଅଭିପ୍ରେତ କରିବାର ସଫଳ ହେଉଛନ୍ତି । ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ବ୍ଲକ ସ୍ତରୀୟ ଅଫିସରଙ୍କୁ ବିଜ୍ନେସ୍ ପ୍ରମୋଟରରେ ସାହାଯ୍ୟ କରି ଗ୍ରାମ୍ୟ ସ୍ତରୀୟ ମୋ ଉପକାରୀ ବଗିଚା ହିତାଧିକାରୀ ମାନଙ୍କ ଠାରୁ ଲାଞ୍ଚ ଆଣୁଥିବା ଅଭିଯୋଗ ହେଉଛି । ଓଡିଶା ଜୀବିକା ମିଶନର ତୃଣମୂଳ ସ୍ତରୀୟ କର୍ମଚାରୀ ମାନେ ଲାଭଖୋର ଓ ଲାଞ୍ଚୁଆ ମନୋବୃତ୍ତି ପଛରେ ଗ୍ଲୋବାଲ ବିଜନେସ୍ ପ୍ରମୋସନ କାରଣ ହୋଇପାରେ ବୋଲି ଆଲୋଚନା ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।


