ଛତ୍ରପୁର ଏନଏସି କୁ ମୁନିସିପାଲଟି ଘୋଷଣା କରିବା ନିମନ୍ତେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସହର ଓ ଆଖପାଖ ଅଂଚଳ ର ପାରିପାପାର୍ଶିକ ବିକାଶ ଏବଂ ଅଂଚଳବାସୀଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ଅଣ୍ଟା ଭିଡିଛି । ଏନେଇ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ବିଜୁ ଆଇନ ସାମ୍ମୁଖ୍ୟର ଏକ ସ୍ୱତନ୍ତ୍ର ବୈଠକ ସଭାପତି ସୁରେଶ କୁମାର ପଣ୍ଡା ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଛତ୍ରପୁର ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ରୁ ସହରକୁ ସଂଯୋଗ କରୁଥିବା ଡିଆରଡିଏ ଛକ ଠାରୁ ରିକାପଲ୍ଲୀ ଛକ ପର୍ଯ୍ୟନ୍ତ ରାସ୍ତାରେ ତୁରନ୍ତ ଫ୍ଲାଏ ଓଭର ନିର୍ମାଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀ ଏବଂ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଙ୍କ ଉପରେ ଦାବି ଉପସ୍ଥାପନ କରାଯିବା, ଛତ୍ରପୁର ରେଳ ଷ୍ଟେସନ୍ ର ସମସ୍ତ ଉନ୍ନତିକରଣ ନିମନ୍ତେ ବୈଷୟିକ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଯୋଜନା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ରେଳ ମନ୍ତ୍ରୀ ଓ ରେଳ ଉଚ୍ଚ କର୍ତ୍ତୁପକ୍ଷଙ୍କ ପାଖରେ ଯୋଗାଯୋଗ କରିବା ପାଇଁ ଦାବି ଉପସ୍ଥାପନା କରାଯିବ, ବ୍ରହ୍ମପୁର ଠାରେ ବର୍ତ୍ତମାନ କାର୍ଯ୍ୟରତ ଦୁଇଟି ଡିଏଲସି କୋର୍ଟ ମଧ୍ୟରୁ ଗୋଟିଏ କୋର୍ଟକୁ ଛତ୍ରପୁର ଠାରେ ଅବସ୍ଥାପିତ କରିବା ସହ ଏହାର ସିମା ନିର୍ଦ୍ଧାରଣ କରାଯାଇ ଛତ୍ରପୁର ସବ ଡିଭିଜନ ଅଧିନସ୍ଥ ବିଚାରାଧିନ କେଶ ଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଉପରିସ୍ଥ ଅଧିକାରୀଙ୍କ ଠାରେ ଦାବି ଉପସ୍ଥାପନ କରିବା, ଛତ୍ରପୁର ବିଜ୍ଞାପିତ ଅଂଚଲ ପରିଷଦର ବର୍ତ୍ତମାନ ସ୍ଥିତି ଏହାର ଆବଶ୍ୟକ ଜନସଂଖ୍ୟା ର ଧାର୍ଯ୍ୟ ଲକ୍ଷ ଅତିକ୍ରମ କରିସାରିଛି । ଏଣୁ ଏହାକୁ ତୁରନ୍ତ ମୁନିସିପାଲଟି ରୂପେ ବିବେଚନା କରିବା ସକାଶେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା, ଛତ୍ରପୁର ରେଳ ଷ୍ଟେସନ ନିକଟରୁ ୧୫ ନମ୍ବର ଜଳ ଯୋଗାଣ କେନାଲ ପୁରୁଣା ଏନଏଚ ୫, ପୁତ୍ତି ଗୋପାଳପୁର ଏବଂ ଡିଆରଡିଏ ଛକ ପର୍ଯ୍ୟନ୍ତ ସଂଯୋଗୀକରଣ ହିଡ ରାସ୍ତା ଏବଂ ଅନସ୍ଲୋ ଷ୍ଟାଡିୟମ ଠାରୁ ଉପଖଣ୍ଡ ଉଠା ଜଳ ସେଚନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସଂଯୋଗୀକରଣ କେନାଲ ରାସ୍ତାକୁ ସୁଦୃଢିକରଣ କରିବାକୁ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ସଂପୃକ୍ତ ଅଧିକାରୀଙ୍କ ଅନୁରୋଧ କରି ଚିଠା ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଛତ୍ରପୁର ପିଲିବନ୍ଧକୁ ଜଳପୂର୍ଣ୍ଣ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଠା ଅଶୋକ ଚୈାଧୂରୀ, ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରଦୀପ କୁମାର ପାତ୍ର, ରାମକୃଷ୍ଣ ଦାଶ ଉପସଭାପତି ଅହି ଭୂଷଣ ସାହୁ, ସିମାଂଚଳ ମହାପାତ୍ର, ଭୈରବୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଏଲ୍ . ଗୋପାଳ ରାଓ, ସମ୍ପାଦକ ରାଜେନ୍ଦ୍ର ଦାଶ, ସୈାରୀ ପ୍ରସାଦ ବେହେରା, କୃଷ୍ଣ ବେହେରା, କାଳି ପ୍ରସାଦ ଦାଶ, ମିଡିଆ ସେଲ ସମ୍ପାଦକ ଡି. ପଦ୍ମନାଭ, ବରିଷ୍ଠ ସଦସ୍ୟ ବିଜୟ କୁମାର ପଲାଇ, ଡମିନାଥ ସାହୁ, ରୁଦ୍ର ପ୍ରସାଦ ବେହେରା, ସନ୍ତୋଷ ପଶୁପାଳକ ଯୋଗ ଦେଇ ମତ ଉପସ୍ଥାପନ କରିଥିଲେ । ଶେଷରେ ଉପସଭାପତି ଅହିଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ