ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) ; ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ଡିସେମ୍ବର ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଗୁୁରୁବାର ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ମହତ୍ୱ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁମିତା ମିଶ୍ର ସଭାପତିତ୍ୱ କରି ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣର ଉପଦେୟତା ବିିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨୦ଜଣ ଛାତ୍ରୀ ମାଷ୍ଟର ଟ୍ରେନର ଉଷାରାଣୀ ପାତ୍ର ଏବଂ ଲକ୍ଷ୍ମୀ ପ୍ରିୟା ସାହୁଙ୍କ ଠାରୁ ତାଲିମପ୍ରାପ୍ତ କରି ମୁଖ୍ୟ ଅତିଥୀଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କବିତା ସାହୁ ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟ ର ଶେଷ ବର୍ଷ ଛାତ୍ରୀ ସଙ୍ଗୀତା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲିଜାରାଣୀ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟପିକା ଡଃ. ଯାଜ୍ଞସେନ ପାଣିଗ୍ରାହୀ, ମଧୁଛନ୍ଧା ସାମନ୍ତରାୟ, ବନୀତା ନାୟକ, ଲିଲୀ ବେହେରା ଏବଂ କର୍ମଚାରୀ ସନ୍ତୋଷ କୁମାର ବିଷୋୟୀ, ଗୀତାଜଂଳି ସାମନ୍ତରାୟ, ଏମ୍‌.ଜନାର୍ଦ୍ଦନ ରେଡ୍ଡୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ