ଛାତ୍ରଛାତ୍ରୀଙ୍କୁ ଡାକ୍ତର କୋଟାଙ୍କ ଡାଇବେଟିସ ସଚେତନତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗଷ୍ଟ ୨୪ ତାରିଖ ଦିନ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଏହି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ବ୍ରହ୍ମପୁରର ବିଶିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର କୋଟା ଯୋଗଦେଇ ମଧୁମେହ ରୋଗର କାରଣ ଓ ନିରାକରଣ ସମ୍ପର୍କିତ ତଥ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରକାଶ କରିଥିଲେ। ଇଂରାଜୀ ଅଧ୍ୟାପକ ଜୟନ୍ତ କୁମାର ହୋତାଙ୍କ ତତ୍ତ୍ୱାବଧାନରେ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପ୍ରୋଜେକ୍ଟର ମାଧ୍ୟମରେ ସୂଚାଇ ଦିଆ ଯାଇଥିବା ତଥ୍ୟକୁ ଜନସାଧାରଣଙ୍କ ଠାରେ ପହଞ୍ଚାଇବା ପାଇଁ ପରାମର୍ଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସମାଜରେ ଡାଇବେଟିସ୍ ଏକ ପ୍ରମୁଖ ରୋଗହୋଇ ସବୁ ସ୍ତରର ବ୍ୟକ୍ତିଙ୍କୁ ଆତଙ୍କିତ କରୁଥିବାରୁ ବ୍ୟାୟାମ କରିବା ସହ ଜଙ୍କ୍ ଫୁଡ୍ ଠାରୁ ଦୁରେଇ ରହି ସନ୍ତୁଳିତ ଖାଦ୍ୟକୁ ଆପଣେଇ ନେବାକୁ ଡାକ୍ତର କୋଟା ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେକ୍ନିନସିଏନ୍ ଶୁଭମ ସାହୁ ଓ ଶଙ୍କର ପାତ୍ର ଯୋଗଦେଇ ସ୍ବାସ୍ଥ୍ୟ ସମ୍ପର୍କିତ ସୁଚନା ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳରେ ଡାଇବେଟିସ ସଚେତନତା ପାଇଁ ଡାକ୍ତର ସୁନୀଲ କୋଟାଙ୍କ ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ