ଛେନାପଦିଛକରେ ନରହରି ଜେନାଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ଛେନାପଦିଛକର ମୁରବୀତୁଲ୍ୟ ବ୍ୟକ୍ତି ତଥା ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ପୁର୍ବତନ ସଭାପତି ନରହରି ଜେନାଙ୍କ ପ୍ରଥମବାର୍ଷିକ ଶ୍ରଦ୍ଧତ୍ସୋବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ତାଙ୍କର ପ୍ରତିମୃତି ଉନ୍ମୋଚନ କରାଯିବା ସହିତ ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପ୍ରଦ୍ୱୀପ ପ୍ରଜ୍ଜଳନ କରିବା ପରେ ଏକ ମିନିଟି ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ନରହରି ଜେନାଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ନିରାକାର ପାତ୍ର, ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ପଞ୍ଚାନନ ବେହେରା ହାଟଡିହି ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସୁବାସ ପାତ୍ର, ଅନନ୍ତ ମୁଦୁଲି, ଗଣେଷ ପ୍ରସାଦ ବିଶ୍ୱାଳ, ବିରେନ୍ଦ୍ର କୁମାର ବିଶ୍ୱାଳ, ସୁଧାଶୁଂ ଦକ୍ଷିଣରାୟ, ମନୋରଞ୍ଜନ ମହାପାତ୍ର, ଅଧିରା ରାଉତ, ସାଇନୋରା ରାଉତ, ମାଧବାନନ୍ଦ ଜେନା, ଶୁଭସ୍ମୀତା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ସେ ଏ ଅଞ୍ଚଳର ବହୁ ଅନୁଷ୍ଠାନ ସହିତ ଜଡିତ ହେବା ସହ ବିଭିନ୍ନ ଗ୍ରାମରେ ମନ୍ଦିର ନିର୍ମାଣ କରିବା ସହିତ ଛେନାପଦି ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା, ଟୁକୁଣାରେ ମେଡିକାଲ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମଣିଷର ମୃତ୍ୟୁ ଅଛି କିନ୍ତୁ କର୍ମର ନାହିଁ । କର୍ମ ହିଁ ଭଗବାନ ବୋଲି ସେ ବିଶ୍ୱାଷ ରଖି ସତକର୍ମରେ ଆଗେଇ ଚାଲିଥିଲେ । ବର୍ତ୍ତମାନ ସମୟରେ ଅନେକ ପିଲାମାନେ ସେମାନଙ୍କ ବାପା ମାଙ୍କୁ ଭୁଲି ଯାଉଥିବାବେଳେ ଅନେକ ଜରାନିବାସକୁ ପଠାଇ ଦେଉଛନ୍ତି । କିନ୍ତୁ ପିତା ମାତାଙ୍କୁ ସବୁବେଳେ ପୂଜ୍ୟପୂଜାରେ ରଖିଲେ ଇଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତି ହୁଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ନିର୍ବାଣ ପଥେ ନରହରି’ ନାମକ ଏକ ସ୍ମରଣିକା ବଣ୍ଟନ କରାଯାଇଥିଲା । ଏହି ସ୍ମୃତିସଭାରେ ଛେନାପଦିଛକର ଅଧିକାଶଂ ବ୍ୟବସାୟୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଇ ନାରାୟଣ ଜେନା, କୃଷ୍ଣଚନ୍ଦ୍ର ଜେନା, ପୁଅ ରବିନ୍ଦ୍ର କୁମାର ଜେନା, ମହେନ୍ଦ୍ର କୁମାର ଜେନା, ଦେବେନ୍ଦ୍ର କୁମାର ଜେନା(ଗଣେଷ), ସୁରେନ୍ଦ୍ର କୁମାର ଜେନା, ସଚିନ୍ଦ୍ର କୁମାର ଜେନା, ମୁନା ଜେନା, ଝିଅ ଅଧିରା, ସ୍ନେହଲତା, ପ୍ରେମଲତା, ନିରୁପମା, କନକ, କୁନି, ଚମ୍ପି,ଝୁନା ବୋହୁ ସନ୍ଧ୍ୟାରାଣୀ, ସୌଭାଗିନୀ, ସ୍ୱର୍ଣ୍ଣପ୍ରଭା, ଜ୍ୱାଇଁ ମନୋରଞ୍ଜନ, ଗଣେଷ , ଗଗନ, ନାତି ସୁବ୍ରତ, ସତ୍ୟବ୍ରତ, ମନନ୍ଦୀପ, ଶୁଭବ୍ରତ, ଶୁଭସ୍ମୀତାଙ୍କ ସମେତ ସମସ୍ତ ନାତିନାତୁଣୀ, ବନ୍ଧୁ ପରିଜନ ଓ ଅନେକ ଆତ୍ମୀୟ ସ୍ୱଜନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱର୍ଗତ ନରହରି ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ନବଘନ ନାୟକ, ବିଷ୍ଣୁ ପ୍ରସାଦ ପଣ୍ଡା, କିଶୋର ଆଚାର୍ଯ୍ୟ, ରବିନ୍ଦ୍ର ନାୟକ, ଦେବେନ୍ଦ୍ର ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ