ଛେନାପଦି-ମୁଗୁପୁର ରାସ୍ତାରେ ଗେଟ ନିର୍ମାଣ ପାଇଁ ରାସ୍ତା ବନ୍ଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି-ମୁଗୁପୁର ରାସ୍ତାରେ ପଞ୍ଚୁଗୋଛିଆ ପଞ୍ଚାୟତ ପକ୍ଷରୁ ସ୍ୱାଗତ ଗେଟ ନିର୍ମାଣ କରାଯାଉତôବାବେଳେ ଏଥିଲାଗି ୮ଦିନ ହେଲା ରାସ୍ତା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଏହି ରାସ୍ତା ଉପରେ ପଞ୍ଚାୟତ ପକ୍ଷରୁ ଏକ ସ୍ୱାଗତ ତୋରଣ ନିର୍ମାଣ କରାଯାଉଛି । ଫଳରେ ଗେଟର ଛାତ ପକାଯିବା ପାଇଁ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଲୋକମାନେ ପାଖ ଜମି କିଆରୀରେ ପସି ଯାତାୟତ କରୁଥିଲେ । ମାତ୍ର ଗତ କିଛିଦିନ ହେଲା ଲଗାଣ ବର୍ଷା ହେଉଥିବାରୁ ବିଲ ରାସ୍ତାଦେଇ ଗାଡି ଯାତାୟତ କରିପାରୁ ନାହିଁ । ଲୋକମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାବେଳେ ଆମ୍ବୁଲାନସ ଟିଏ ଯାଇପାରୁ ନଥିବାରୁ ରୋଗୀମାନେ ଡାକ୍ତରଖାନାକୁ ଯିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ପୟ୍ଚାୟତ କର୍ତ୍ତୁପକ୍ଷଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି । ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ