ଜଗନ୍ନାଥ ପ୍ରସାଦ ବ୍ଲକ ମୁଖ୍ୟ କିରାଣି ଙ୍କ କୋରନା ରେ ମୃତ୍ୟୁ
ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର କାର୍ଯ୍ୟରତ ମୁଖ୍ୟକିରାଣି ଅରୁଣକୁମାର ବେହେରା କୋରନା ରେ ଆକ୍ରାନ୍ତହୋଇ ବ୍ରହ୍ମପୁର ବଡମେଡିକାଲ କୋଭଡ ହସ୍ପିଟାଲରେ ଗତ ୧୬ତାରିଖରୁ ଚିକିତ୍ସିତ ହେଉଥିଲେ। ସେରାତ୍ର ୨ଘଣ୍ଟା ସମୟରେ ମୃତ୍ୟୁବରଣ କଲେ।ତାଙ୍କ ଧମପତ୍ନୀ ଓ ଡାକ୍ତର ଝିଅ ଭି କୋରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।ମୁଖ୍ୟ କିରାଣି ସ୍ୱର୍ଗତ ଅରୁଣବେହେରା ଜଣେ କର୍ମଠ, ମେଳାପି ବନ୍ଧୁବଛଳ,ଦକ୍ଷ କର୍ମଚାରୀ ଥିଲେ,ତାଙ୍କ ଅକାଳ ବିୟୋଗରେ ସାରା ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି।ବ୍ଲକ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା,ଓ ସାଥି କର୍ମଚାରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। କନ୍ଧମାଳ ସାଂସଦ ଙ୍କ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତିନିଧି ବିପ୍ର ଚରଣ ବାରିକ,ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ,ଅଧକ୍ଷା ପ୍ରତିନିଧି ଅନାଦି ବେହେରା,ବରିଷ୍ଠ ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ,ସରପଞ୍ଚ ବସନ୍ତ ପ୍ରଧାନ, ଉମାଶଙ୍କର ବାରିକ, ଯଶୋବନ୍ତ ବଳବନ୍ତ ସାହାଣୀ,ଦେବୀ ପ୍ରସାଦ ମହାପାତ୍ର, ରାଜେଶ୍ୱରୀ ଦୋରା, ଧ୍ରୁବ ସେନ ବେହେରା, ବିଚିତ୍ର ନାଇକ,ହୃଷୀକେଶ ନାୟକ,ନିର୍ମଳ ଚନ୍ଦ୍ର ନାୟକ, ବିଜୟ ନାୟକ, ସମିତି ସଭ୍ୟ ଅମୀର କୁମାର ସ୍ୱାଇଁ,ଗୌରାଙ୍ଗ ପଟ୍ଟନାୟକ,କେ. ମନୋଜ ଦୋରା,ଅଜ୍ ମତ ଖାଁ,ଉପେନ୍ଦ୍ର ଭଞ୍ଜ ନାୟକ,ଗୋକୁଳ ଦୋରା, ପ୍ରକାଶ ବେହେରା,ପୁର୍ଣ ଚନ୍ଦ୍ର ବିଶୋଇ,ବୁଲୁ ବେହେରା,ଭାଗିରଥି ମାଝୀ, ଜଳନ୍ଧର ନାୟକ, ଅମୂଲ୍ୟ ସ୍ଵାଇଁ, ଗାଲ ମାଧବ ସାହୁ,ରଞ୍ଜିତ ପାତ୍ର,କବିରାଜ ଆଲଟିଆ,ପ୍ରମୋଦ ବିଶୋଇ, ବୁଲୁ ସେଠୀ, ଧର୍ମୁ ପ୍ରଧାନ,ସମେତ ବହୁ ବୁଦ୍ଧିଜୀବି ମୁଖ୍ୟ କିରାଣି ସ୍ୱର୍ଗତ ଅରୁଣ ବେହେରା ଙ୍କ କୋରନା ଜନିତ ଅକାଳ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିବା ସହ ଆମର ଆତ୍ମା ର ସଦଗତି ପ୍ରାପ୍ତି ପାଇଁ କାମନା କରିବା ସହ,ତାଙ୍କ ପତ୍ନୀ ଓ ଝିଅ ଙ୍କ ତୁରନ୍ତ ଆରୋଗ୍ୟ କାମନା କରିବା ସହ ପରିବାର କୁ ପ୍ରଭୁ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ବ୍ଲକ ଜଣେ ଦକ୍ଷ କର୍ମଚାରୀ ଙ୍କୁ ହରାଇଲା ବୋଲି ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି।


