ଜନସାଧାରଣଙ୍କର ବହୁ ଦିନର ଦାବୀ କୁ ସରକାରଙ୍କ ପ୍ରତ୍ୟାଖାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ଵର ଜନସାଧାରଣଙ୍କର ବହୁ ଦିନର ଦାବୀ ବାଲେଶ୍ଵର ମ୍ୟୁନିସିପାଲିଟିକୁ କର୍ପୋରେସନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଳେଶ୍ଵରର ପୂର୍ବତନ ବିଧାୟକ ତଥା ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ତରଫରୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଭାରୀ ଜୀବନ ପ୍ରଦୀପ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାଖା ପାଖୁ ସାଢେ ୩ ବର୍ଷ ରାଜ୍ୟ ସରକାର ସହରାଞ୍ଛଳ ବାସୀଙ୍କୁ ନିର୍ବାଚିତ ଲୋକ ପ୍ରତିନିଧ୍ୱ ନଦେଇ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପୌରାଞ୍ଚଳ ଶାସନ ଭାର ଦେବା ନଗରବାସୀଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ କରିଛନ୍ତି । ଓଡିଶାର ଉପକୂଳ ବର୍ତୀ ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ଵର ସହର ଏକ ସଂସ୍କୃତି ସମ୍ପନ୍ନ ସହର ଓ ଶିକ୍ଷିତଅଞ୍ଚଳ ଭାବେ ପରିଚିତ । ଚାନ୍ଦିପୁର ପରି ସୁବର୍ଣ୍ଣ ବେଳାଭୂମି ସହ ଆଇ.ଟି.ଆର, ପିଏକ୍ସଇ ଭଳି ଗୁରୁତ୍ୱ ପୂର୍ଣ୍ଣ ସାମରିକ ସଂସ୍ଥାମାନ ଅଛି । ମୁଁ ବିଧାୟକ ଥିଲା ବେଳେ ବାରମ୍ବାର ବାଲେଶ୍ଵରକୁ କର୍ପୋରେସନରେ ପରିଣତ କରିବା ପାଇଁ ବିଧାନସଭାରେ ଦାବୀ କରିଥିଲି । ଏ ଦିଗରେ ମଧ୍ୟ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲା ଏବଂ ମ୍ୟୁନିସିପାଲିଟି ଚତୁଃପାର୍ଶ୍ବରେ ଥିବା ଗ୍ରାମାଞ୍ଚଳକୁ କର୍ପୋରେସନ ପରିସର ଭୁକ୍ତ କରିବା ପାଇଁ ସର୍ଭେ କାର୍ଯ୍ୟ କରିବା ସହ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଏନ.ଓ.ସି. ମଧ୍ୟ ନିଆଯାଇଥିଲା । ଏହା ସତ୍ତ୍ବେ ପୌର ନିର୍ବାଚନ ପୂର୍ବରୁ ବାଲେଣ୍ଡରକୁ କର୍ପୋରେସନର ମାନ୍ୟତା ନଦେବା କେବଳ ପ୍ରଶାସନିକ ଅବହେଳା ନୁହଁ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି । ଦୀର୍ଘଦିନ ନିର୍ବାଚନ ନକରି ବାଲେଶ୍ଵର ଓ ଭଦ୍ରକ ଦୁଇଟି ଜିଲ୍ଲାରେ ପୌରାଞ୍ଚଳରେ ବିକାଶ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତା ହେବାର ଅଭିଯୋଗ ହେଉଛି ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା -ସହିତ ଟେଣ୍ଡର ପ୍ରକ୍ରିୟାରେ ଦଳୀୟ ପ୍ରିୟା ପ୍ରୀତି ତୋଷଣ କରି ବ୍ୟାପକ ଭାବେ କାର୍ଯ୍ୟାଦେଶ ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି। ସହରାଞ୍ଚଳ ପରିମଳ ଯୋଜନାରେ ପ୍ରକୃତ କାର୍ଯ୍ୟ କରାନଯାଇ ବ୍ୟାପକ ଅର୍ଥ ହରିଲୁଟ କରାଯାଇଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାରେ ସହରବାସୀ ଉବୁଟୁବୁ ହୁଅନ୍ତି । ଏତେ ବିଳମ୍ବରେ ନିର୍ବାଚନ କରି ମଧ୍ୟ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ପ୍ରକ୍ରିୟା ରେ ଶାସକଦଳର ପତିଆରାକୁ ବଜାୟ ରଖୁବା ପାଇଁ ପାତର ଅନ୍ତର ନୀତି ଅବଲମ୍ବନ କରାଗଲା ଓ ଭୋଟର ଲିଷ୍ଟରେ ମଧ୍ୟ ବ୍ୟାପକ ଅନିୟମିତତା କରାଯିବାର ଦେଖାଯାଉଛି । ଆଗାମୀ ପୌରନିର୍ବାଚନରେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ଜନସାଧାରଣ ଏପରି ଅସମ୍ବିଧାନିକ କାର୍ଯ୍ୟର ସଠିକ ଜବାବ ଦେବେ । ବାଲେଶ୍ଵରର ୫ଟି ସହରାଞ୍ଚଳ ଓ ଭଦ୍ରକରେ ୪ଟି ସହରାଞ୍ଚଳରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ନିଶ୍ଚିତ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୌର ନିର୍ବାଚନର ରାଜ୍ୟ କମିଟି ସଦସ୍ୟ ତଥା ବାଲେଶ୍ଵର-ଭଦ୍ରକ ପ୍ରଭାରୀ ଜୀବନ ପ୍ରଦୀପ ଦାସ, ପୌର ନିର୍ବାଚନ ଜିଲ୍ଲା ସଂଯୋଜକ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି କମଲଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ଵର I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ