ଗଜପତିରେ ଆଜି ୨୯ କୋରନା ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଆଜି ବୁଧବାର ଦିନ ଜିଲ୍ଲାରେ ମୋଟ ୧୧୩୩ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୯ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୨ଜଣ, ଗୋଷାଣୀ ବ୍ଲକରୁ ୫ଜଣ, ଗୁମ୍ମା ବ୍ଲକରୁ ଜଣେ,ମୋହନା ବ୍ଲକରୁ ୨ଜଣ ଏବଂ ରାୟଗଡ ବ୍ଲକରୁ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ