ଜନ୍ମଦିନରେ ରକ୍ତଦାନ କଲେ ସାମ୍ବାଦିକ
ହାଟଡିହି, (ବିକାଶ ବିଶ୍ୱାଳ) :-ଆଜି ନିଜ ଜନ୍ମ ଦିନରେ ଜଣେ ମହିଳା ରୋଗୀଙ୍କୁ ରକ୍ତଦାନ କରି ଅଭିନବ ଢ଼ଙ୍ଗରେ ନିଜର ଜନ୍ମଦିନକୁ ପାଳନ କରିଛନ୍ତି । ହାଟଡିହି ଅଞ୍ଚଳର ସାମ୍ବାଦିକ ପ୍ରବୀର କୁମାର ନାୟକ ଙ୍କ ଆଜି ଜନ୍ମଦିନ ଥିବାବେଳେ ସେ ଏହାକୁ ନିଆରା ଢ଼ଙ୍ଗରେ ପାଳିବାକୁ ମନସ୍ଥ କରିଥିଲେ । ସାମାଜିକ ଗଣମାଧ୍ୟମରୁ ଆନନ୍ଦପୁର ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଥାଲାସେମିଆ ରୋଗୀଙ୍କର ରକ୍ତର ଆବଶ୍ୟକତା ସମ୍ପର୍କରେ ଶିବଶକ୍ତି ସାମାଜିକ ଉନ୍ନୟନ ସଂସ୍ଥାର ସଦସ୍ୟ ତାପସ କୁମାର ନାୟକ ଜାଣିବାପରେ ତୁରନ୍ତ ପ୍ରବୀରଙ୍କୁ ଏହି ସୁଚନା ଦେଇଥିଲେ । ପ୍ରବୀର ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ରକ୍ତଦାନ କରିଛନ୍ତି । ତାଙ୍କର ଏପରି ମହାନ କାର୍ଯ୍ୟପାଇଁ ଅନେକ ସାମାଜିକ ସଂଗଠନ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


