ଭରତପୁର ଶ୍ରୀଗୋପାଳଜୀୟୁଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଶ୍ରୀଗୋପାଳଜୀୟୁଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଶ୍ରୀଜୀୟୁଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀଜୀୟୁଙ୍କ ମନ୍ଦିରରେ ପ୍ରାତଃରେ କଳସ ସ୍ଥାପନ କରାଯିବା ପରେ ଅଙ୍କୁରରୋପଣ, ସୂର୍ଯ୍ୟପୂଜା, ମହାସ୍ନାନ, ହୋମଯଜ୍ଞ, ଗୀତାଯଜ୍ଞ ସହିତ ଷୋଡଶ ଉପଚାରରେ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସ ଏବଂ ଗୀତାଞ୍ଜଳି ଦାସ କର୍ତ୍ତା ଓ କର୍ତ୍ତୀ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ସୁଘୋଷ କୁମାର ଦାସ, ବିଜୟ କିଶୋର ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ରାଜାରାମ ଦାସ, ଗୈାରଗୋପାଳ ଦାସ, ବ୍ରଜଗୋପାଳ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମର ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ, ଅଧିକାରୀ ରସାନନ୍ଦ ଦାଶ, ସରୋଜକାନ୍ତ ପତି, ଆକୁଳାନନ୍ଦ ବେହେରା, ଶ୍ରୀ ଚରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


