ଜନ୍ମିତ ଦୁଇ ଶିଶୁର ନାମକରଣ ‘ଫନି ‘
କୁକୁଡାଖଣ୍ଡି:ଫନି’ର ଓଡିଶାରେ ଲ୍ୟାଣ୍ଡଫଲ ସମୟରେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୁଇଜଣ ଜନ୍ମିତ ଶିଶୁର ଫନି ବୋଲି ନାମକରଣ କରାଯାଇଛି ।ଗୁରବାର ରାତ୍ର ୯ଟା ସମୟରେ ସୋମପୁର ଗ୍ରାମର ମମତା ଗୌଡ କଂ ଏକ କନ୍ୟା ଶିଶୁ ଜନ୍ମିତ ହେବାପରେ ଶିଶୁ ପୁତ୍ର ର ନାମ ଫନି ରାଣୀ ଓ ଶୁକ୍ରବାର ସକାଳ ୮ଟାରେ ବାଇଗଣବାଡି ଗ୍ରାମର ବନିତା ନାୟକ କଂ ଶିଶୁ ପୁତ୍ର ଜନ୍ମିତ ହେବା ପରେ ତାର ନାମ ଫନିରାଜା ବୋଲି ଜନ୍ମିତ ଶିଶୁ କଂ ପରିବାରର ସହମତି ପରେ ନାମକରଣ କରାଯାଇଥିବା ସୂଚନା ଦେଇଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମନମୋହନ ବିଷୋୟୀ ଓ ସ୍ବାସ୍ଥ୍ୟ କମୀ କେ.କ୍ରିଷ୍ନାକୁମାରୀ ।


