ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଟାଉନହଲ ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଏହି ଶିବିର କୁ ଉଦଘାଟନ କରିଥିଲେ ।ଏହି ଅବସରରେ ସରକାରଙ୍କ ଦ୍ଵାରା ଅନୁବନ୍ଧିତ ହୋଇଥିବା କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇବାର ସୁଯୋଗ ମିଳିବ । ଏ ନେଇ ଆଜି ଏହି ପରାମର୍ଶ ଶିବିରରେ ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାରର ଟ୍ରେନିଂ ପ୍ରଦାନ କରାଯାଇ ସେମାନଙ୍କର ନିୟୋଜନର ବ୍ୟବସ୍ଥା କରାଯିବ ବୋଲି ପୁରୀ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନୁସୟା ମହାନ୍ତି ,ବ୍ଲକ ସହକାରୀ ପରିଚାଳକ ,ବ୍ଲକ ପ୍ରୋଗ୍ରାମ ଅଧିକାରୀ ,ପୁରୀ ନିୟୋଜନ ଅଧିକାରୀ ପ୍ରମୁଖ ଯୋଗଦେଇ ଶିବିର ରେ ଶତାଧିକ ଯୁବକ/ ଯୁବତୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ