ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଦଳରେ ସାମିଲ ବାଲେଶ୍ୱର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :-ଜାତୀୟ ମହିଳା ଦୃଷ୍ଟିବାଧିତ ଫୁଟବଲ ଦଳରେ ସାମିଲ ରାଣୀପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ରାଜ୍ୟସ୍ତରୀୟ ଫୁଟବଲ ରେଫେରୀ ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଓ ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ସୁବ୍ରତ କର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ କୁମାରୀ ଟୁଡୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରିଛନ୍ତି । ସମସ୍ତେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଭାରତୀୟ ଦୃଷ୍ଟିବାଧିତ ଫୁଟବଲ ଦଳରେ ସାମିଲ କେବଳ ବିଦ୍ୟାଳୟ କିମ୍ବା ବାଲେଶ୍ୱର ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଅତିଥିମାନେ କହିଥିଲେ । କୁମାରୀ ଟୁଡୁ ଆଗାମୀ ଦିନରେ ସମଗ୍ର ଦେଶ ପାଇଁ ଉଜ୍ୱଳ ତାରକା ହେବେ ବୋଲି ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ଆଶା ପ୍ରକାଶ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ପାଠପଢା ସହିତ କ୍ରୀଡ଼ାରେ ପଦ୍ମିନୀଙ୍କ ଏକାଗ୍ରତା ତାଙ୍କୁ ଜଣେ ଫୁଟବଲ ଖେଳାଳି ଭାବେ ପରିଚୟ ଦେଇଛି ବୋଲି ଶ୍ରୀ ସ କହିଥିଲେ । ଆସନ୍ତା ନଭେମ୍ବର ମାସ ୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୁରୁ ଠାରେ ଜାତୀୟ ମହିଳା ଦୃଷ୍ଟିବାଧିତ ଫୁଟବଲ ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବୋଲି ଶ୍ରୀ ସ ସୂଚନା ଦେଇଥିଲେ । ସମ୍ବର୍ଦ୍ଧିତ ଅବସରରେ ପଦ୍ମିନୀ ସମସ୍ତଙ୍କ ଆର୍ଶିବାଦ କାମନା କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ବିଟେନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ନବୀନ କୁମାର ବେହେରା, ଗୌରାଙ୍ଗ ପ୍ରଧାନ, ଜଗତଜିତ ପତି, ଲକ୍ଷ୍ମୀଧର ପଣ୍ଡା, ପବିତ୍ରମୋହନ ପଣ୍ଡା, ପ୍ୟାରୀମୋହନ ଭୂୟାଁ, ମନୋଜ ପଲାଇ, ଦୀପକ ବେହେରା, ସଞ୍ଜିବ ବେହେରା, ଗୌରାଙ୍ଗ ପାତ୍ର, ସୁନୀଲ କୁମାର ବିଶ୍ୱାଳ, ଜଗବନ୍ଧୁ ବେହେରା, ଚିନ୍ମୟ ଜେନା, ଗୀତାଞ୍ଜଳି ପ୍ରଧାନ, ଜ୍ୟୋତିର୍ମୟୀ ଦାସ, ପଦ୍ମିନୀ ମହାନ୍ତ, ବାସନ୍ତିୀ ସିଂ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସମ୍ବର୍ଦ୍ଧନା ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ