ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ସଫଳତା ପାଇଥିବା ସ୍କେଟରଙ୍କୁ ସମ୍ୱର୍ଦ୍ଧନା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ସହରର ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ରୋଲର ସ୍କେଟିଂ ଚମ୍ପିଆନସିପରେ କୃତିତ୍ୱ ହାସଲ କରିଥିବା ସ୍କେଟର ମାନଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଏକାଡେମୀ ପକ୍ଷରୁ ସ୍କେଟର ଅନ୍ୱେଷା ବିଷୋୟୀ ଓ ଆଶୁତୋଷ ପାଢୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ୱର୍ଦ୍ଦିତ କରାଯାଇଥିଲା । ଚଳିତ ମାସ ୪ ଓ ୫ ତାରିଖ ଦୁଇ ଦିନ ଧରି ହରିୟାଣାର ଫରିଦାବାଦର ଡିଏଭି ପବ୍ଲିକ ସ୍କୁଲ-ସେକ୍ଟର -୧୪ ପରିସରରେ ଅନୁଷ୍ଠିତ ହୋଇଥିବା ଡିଏଭି ନ୍ୟାସନାଲ ଲେବେଲ ରୋଲର ସ୍କେଟିଂ ଚମ୍ପିଆନସିପରେ ବ୍ରହ୍ମପୁରର ସ୍କେଟର ଅନ୍ୱେଷା ବିଷୋୟୀ ଦ୍ୱିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ହାସଲ କରିଛନ୍ତି । ଅନ୍ୱଷା ଡିଏଭି ନ୍ୟାସନାଲ ସ୍କୋର୍ଟସ-୨୦୨୩-୨୪ ର ଓଡିଶା ଜୋନ ଓ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲରୁ ଅଣ୍ଡର ୧୪ ବାଳିକା ବର୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ପ୍ରତିନିଧିତ୍ୱ କରିଥିଲେ । ଭାରତର ବିଭିନ୍ନ ଜୋନରୁ ବହୁ ସ୍କେଟରମାନେ ଏହି ଚମ୍ପିଆନସିପରେ ଭାଗ ନେଇଥିବା ବେଳେ 5ଶହ ମିଟର ସ୍କିଡ୍ ରେସ୍ ରେ ତିନୋଟି ପର୍ଯ୍ୟାୟ ଅତିକ୍ରମ କରିବା ସହ ଉତ୍ତମ ପ୍ରଦର୍ଶନ କରି ଅନ୍ୱେଷାଏହି ମେଡାଲ ହାସଲ କରିବାରେ ସମର୍ଥ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନଭେମ୍ୱର ମାସ ୮ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଜୋନ ସ୍ତରୀୟ ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରି ସେ ଜାତୀୟ ଚମ୍ପିଆନପରେ ଅଂଶ ଗ୍ରହଣ କରିବା ଲାଗି ମନୋନୀତ ହୋଇଥିଲେ । ସେହିପରି ରୋଲର ସ୍କେଟିଂ ଫେଡରେସନ ଓଫ୍ ଇଣ୍ଡିଆ ପକ୍ଷରୁ ଚେନ୍ନାଇଠାରେ ଡିସେମ୍ୱର ମାସ ୧୫ ତାରିଖ ଠାରୁ ୨୫25 ତାରିଖ ପର୍ଯ୍ୟନ୍ତ 61ତମ ଜାତୀୟ ରୋଲର ସ୍କେଟି ଚମ୍ପିଆନସିପ୍ ରେ ବ୍ରହ୍ମପୁର ସ୍କେଟର ଆଶୁତୋଷ ପାଢୀ ୧୦୦ ମିଟର ରୋଡ ରେସ୍ ରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଆଶୁତୋଷ ଅଣ୍ଡର 14 ବାଳକ ବିଭାଗରେ ଓଡିଶାରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ । ଏକାଡେମୀର ପରିଚାଳକ ଶ୍ରୀମନ୍ତ କୁମାର ପାଢୀ, କୋଚ୍ ଗୌତମ ଗୌଡ଼ଙ୍କ ସହ ବହୁ ସ୍କେଟର ଓ ଅଭିଭାକ ଉପସ୍ଥିତ ରହି ଉଭୟ ସ୍କେଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବାଯୋଗୁଁ ଉତ୍ସାହିତ କରିଥିଲେ । ସେପଟେ ଏଭଳି ସଫଳତା ପାଇବା ପରେ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ, ପରିବାର ବର୍ଗ ଓ ସ୍କେଟର ଓ ଏକାଡେମୀର କୋଚଙ୍କୁ ଧନ୍ୟବାନ ଜଣାଇବା ସହ ଆଗାମୀ ଦିନରେ ଉତ୍ତମ ପ୍ରଦର୍ଶନ କରି ଜାତୀୟ ସ୍ତରୀୟ ପ୍ରତିଯୋଗୀରେ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଉଭୟ ସ୍କେଟର ପ୍ରତିକ୍ରିୟା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ