ଜାମଦା ଏବଂ ବହଳଦା ଥାନା ଅଂଚଳରେ ଛେଳି ଚୋରଙ୍କ ଦୌରାତ୍ମ୍ଯରେ ଛେଳି ଚାଷୀ ଭୟଭୀତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଗକୁ କାଳୀପୂଜା । ମୟୂରଭଂଜ ଜିଲ୍ଲାର ଏହା ଏକ ଗଣପର୍ବ । ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳିବା ପାଇଁ ବହୁ ଦୂର ଦୂରାନ୍ତରଜ ରହୁଥିବା ଚାକିରିଆ,ଦାଦନ ଶ୍ରମିକ ମାନେ । ଘର ହୁଏ ହାଉସ ଫୁଲ । ପିଠା,ପଣା,ମାଛ, ମାଂସରେ ମସଗୁଲ ହୁଅନ୍ତି ପରିବାର ଲୋକେ । ନିଜେ ଖାଇବା ସହ  ବେଶି ମଜା ନିଅନ୍ତି ଘର ଲୋକେ । ବଂଧୁବାନ୍ଧବଙ୍କୁ ମାଂସ ଭାତ ଖୁଆଇ ବେଶି ଆନନ୍ଦିତ ହୁଅନ୍ତି ପରିବାର ଲୋକେ । ଏହାର ଫାଇଦା ନିଅନ୍ତି ମାଂସ ଦୋକାନୀ ମାନେ । ମାଂସ ବେପାରୀଙ୍କୁ ଦଲାଲ ଓ ଛେଳିଚୋରମାନେ ଛେଳି ଯୋଗାନ୍ତି । ମାଂସର ବଜାର ଚାହିଦା ଜୋର ଥିବାରୁ ଏହାର ସୁଯୋଗକୁ ହାତ ଛଡା କରି ନାହାନ୍ତି ଛେଳି ଚୋରମାନେ ।ଏଭଳି ଘଟଣା ଦେଖିବାକୁ ମିଳିଛି ଜାମଦା ଏବଂ ବହଳଦା ଥାନା ଅଂଚଳରେ । ସୂଚନାଯୋଗ୍ୟ ଯେ ସୋମବାର ରାତିରେ ଜାମଦା ଥାନା ଅଂଚଳର ଜାରିକାଣୀ ପଞ୍ଚାୟତର ନାଟୁଆର ଗ୍ରାମର ଦିକୁ ଟୁଡୁ ଙ୍କ ଘରେ ମଧ୍ୟ ରାତିରେ ବାହାର ପଟୁ ଶିକୁଳି ଦେଇ ଗୁହାଳ ଘର ତାଡି ୫ଟି ଛେଳି ଚୋରି କରିନେଇଛନ୍ତି । ସେହିଭଳି ବହଳଦା ଥାନା ଅନ୍ତର୍ଗତ ମୋରଣ୍ଡା ଗ୍ରାମର ରାମଚନ୍ଦ୍ର ମହାନ୍ତଙ୍କ ଘରୁ ୨ ଟି ଛେଳି ଏବଂ ରେଡମ ଗ୍ରାମର ରାଇମୋହନ ମୁର୍ମୁ ଙ୍କ ଘରୁ ୨ଟି ଛେଳି ଚୋରି କରି ନେଇଛନ୍ତି ସମାନ ଢଙ୍ଗରେ । ଏହାକୁ ନେଇ ଚାଷୀ କୂଳରେ ଭୟଭୀତ ।ଋଣ କରି ଛେଳି ଚାଷୀ କରିଥିଲେ । ବିଚରା ଛେଳି ଚାଷୀମାନେ ଆଗକୁ କାଳୀ ପୂଜା ପାଇଁ ବିକି ଦୁଇ ପଇସା ଲାଭବାନ ହୋଇଥାନ୍ତେ ହେଲେ ଛେଳିଚୋରମାନେ ତାଙ୍କର ସବୁକିଛି ସର୍ବନାଶ କରିଦେଲେ । କେଉଁଠାରୁ ପଇସା ଆଣି କରଜ ପଇସା ସୁଝିବେ ତାହାକୁ ନେଇ ଛେଳି ଚାଷୀ ମଥାରେ ହାତ ଦେଇ ବସିଛି ! ଥାନା ମାନଙ୍କରେ ଆଉ ଆଗଭଳି ପୋଲିସ ସମିତି ଦିର୍ଘଦିନ ହେଲା ବସୁ ନାହିଁ । ଯାହାଫଳରେ ପୋଲିସ ପାଖରେ ସଠିକ ତଥ୍ୟ ମିଳୁ ନାହିଁ । ତେଣୁ ଲୁଟେରା , ଚୋରମାନେ ଏହାର ସୁଯୋଗ ନେଇ ନେଇ ନିର୍ଭୟରେ ଅସମାଜିକ କାମରେ ଲୀପ୍ତ ରହୁଛନ୍ତି । ଛେଳି ଚାଷୀ ମାନଙ୍କୁ କେମିତି କ୍ଷତିପୂରଣ ମିଳିବ ତାହା ସାଧାରଣରେ ଦାବି ହେଉଛି । ତଦସହ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ