ଜାମଦା ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦ୍ଘାଟିତ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ଜାମଦା ଥାନା ପକ୍ଷରୁ ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ରକୁ ଜାମଦା ଆଇଆଇସି କୃଷ୍ଣଚନ୍ଦ୍ର ଜାନି ଫିତା କାଟି ଉଦ୍ଘାଟନ କରିଛନ୍ତି |ସମ୍ମାନୀୟ ଅତିଥୀ ଜାମଦା ସରପଞ୍ଚ ମାଳତି କିସ୍କୁ,ସାମ୍ବାଦିକ ଶ୍ୟାମସୁନ୍ଦର ସାମଲ,ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ,ଅଜୟ ପ୍ରଧାନ,ଶିବ ବେହେରା,ମାନସ ରଂଜନ ମୁହାକୁଡ,ଥାନାର କର୍ମଚାରୀ ଖଗେଶ୍ବର ପାତ୍ର,ଜୟପାଲ ଦାଶ,ଆନନ୍ଦ ମାଝୀ,ଲକ୍ଷ୍ମୀକାନ୍ତ ପଟ୍ଟନାୟକ,ନିଲମ୍ ପୁଷ୍ପାଶ୍ରୀ ମୁର୍ମୁ,ନାରାୟଣ ବେଶ୍ରା,ଚୈତନ୍ୟ ପ୍ରସାଦ ଟୁଡୁ,ମଙ୍ଗଲଲାଲ ସୋରେନ୍,ଲକ୍ଷ୍ମଣ ମୁଣ୍ଡା,ହରେକ୍ରୁଷ୍ଣ ମହାନ୍ତ,ପ୍ରତାପ ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ଜାମଦା ଆଇଆଇସି କୃଷ୍ଣଚନ୍ଦ୍ର ଜାନି,ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ,ସାମ୍ବାଦିକ ଶ୍ୟାମସୁନ୍ଦର ସାମଲ ଉପସ୍ଥିତ ରହି ଗ୍ରୀଷ୍ମ ଦିନରେ ଚାରିଆଡ଼େ ଖୋଲାଯାଉଥିବା ଜଳଛତ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଦହି ସରବତ,ଘୋଳ ଦହି,ଲେମ୍ବୁ ସରବତ,ପଣା,ଛତୁଆ ସରବତ ପାନ କରିବା ଗ୍ରୀଷ୍ମ ଦିନରେ ଶରୀର ପାଇଁ ବହୁ ଉପକାର ବୋଲି ଦର୍ଶାଇଥିଲେ | ଯାତାୟତ କରୁଥିବା ପଥଚାରୀ,ବାଇକ୍ ଚାଳକ,ବସଯାତ୍ରୀ ମାନଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ