ଜିଲ୍ଲା ସ୍ତରୀୟ ରୋଗୀ କଲ୍ୟାଣ ସମିତି ବୈଠକ

କେନ୍ଦ୍ରାପଡା – ଜିଲ୍ଲା ସ୍ତରୀୟ ରୋଗୀ କଲ୍ୟାଣ ସମିତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ନିକଟରେ ଏକ ରୋଗୀ ନିରୀକ୍ଷଣ ଗୃହ(ଅବଜରଭେସନ ରୁମ) ରଖାଯିବା, ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇ.ସି.ୟୁ. ପ୍ରତିଷ୍ଠା କରାଯିବା,ଆଇ.ସି.ୟୁ.ସୁବିଧା ଥିବା ଏକ ଆମ୍ବୁଲାନ୍ସ ସଦର ମହକୁମାରେ ରଖାଯିବା,ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯିବା ପ୍ରଭୃତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସଦସ୍ୟ ରାଜେଶ ଦାସ, ସିଡିଏମଓ ଉର୍ମିଳା ମିଶ୍ର, ଏଡିଏମଓ ଡା.ମିର୍ଜାବାବର ବେଗ, ଡା. କିଶୋର କୁମାର ଆଚାର୍ଯ୍ୟ, ଡା.କିଶୋର ମିଶ୍ର, ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ଦେହୁରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ