ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସେସ୍ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ଉନ୍ନତିକଳ୍ପେ କରାଯାଉଥିବା ବିଭିନ୍ନ ଯାଜନା ସମ୍ପର୍କରେ ଅବଗତ ହୋଇଥିଲେ  । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ସମସ୍ତ ୩୮ ଜଣ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ  । ଏଠାରେ ପ୍ରକାଶ ଥାଉକି ମସୌରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲା ଆସିଛନ୍ତି  । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ଭାବରେ ଏକ ଅଧ୍ୟୟନ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ  । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସମସ୍ତ ଅଧିକାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କୃଷି ବିଭାଗ, ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା, ଗ୍ରାମ୍ୟ ପରିମଳ, ଜୀବନ ଜୀବୀକା ମିଶନ୍, ଅମୃତ ସରୋବର ଯୋଜନା, ଗ୍ରାମ ପଞ୍ଚାୟତ ପାର୍କ, ପୋଖରୀ , ପର୍ଯ୍ୟଟନ ସ୍ଥଳୀ ଏବଂ ଅନ୍ୟାନ୍ୟ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାବେହ ଜଣାଇ ଥିଲେ  । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ୫-ଟି ର କାର୍ଯ୍ୟକାରୀତା, ଜିଲ୍ଲାର ନିଜସ୍ୱ ପଦକ୍ଷେପ କାର୍ଯ୍ୟକ୍ରମ ମୋ ଗେହ୍ଲା ଝିଅ, ନିର୍ଭୟ କଢି, ସ୍ୱୟଂ ସିଦ୍ଧା, ପର୍ଯ୍ୟଟନ ସ୍ଥଳର ବିକାଶ ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ  ।ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳୀରାମ ବୋନ୍ଦାର ବ୍ରହ୍ମପୁର ସହରରେ କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ  । ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିଓ୍ବାସନ୍ ରାଜସ୍ୱ ଅନ୍ତର୍ଗତ ମୋ ଗାଁ ରେ ତହସିଲ, ରାଜସ୍ୱ ରଥ ଇତ୍ୟାଦିର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ  । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍  ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟ ରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇ ଓଡିଶା ଭଳି ପ୍ରକୃତିକ ବିପର୍ଯ୍ୟୟ ରାଜ୍ୟର ବିକାଶ ନିମନ୍ତେ କିଭଳି ଯୋଜନା କାର୍ଯ୍ୟକାରୀ ହେବା ସହିତ ବିପର୍ଯ୍ୟୟ ସତ୍ତ୍ବେ ଏହାର ମୁକାବିଲା କରି ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ  । ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ରୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ଛଳରେ ଓଡିଶା ପ୍ରଶାସନର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ  । ପ୍ରଶାସନିକ ଅଧିକାରୀଗଣଙ୍କ ଦ୍ଵାରା  ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍  ଜିଲ୍ଲାପାଳଙ୍କୁ ଏକ ମେମୋଣ୍ଟମ୍ ପ୍ରଦାନ କରିଥିଲେ  ।ସମସ୍ତ ଅଧିକାରୀଗଣ ବ୍ରହ୍ମପୁର ସ୍ଥିତ ସ୍ପୋର୍ଟସ୍ ଏରେନା, ରାମ ଲିଙ୍ଗେଶ୍ବର ପାର୍କ, ମିଶନ୍ ଶକ୍ତି ଡାଇରୀ ପ୍ରୋଜେକ୍ଟ, ତାମ୍ପରା, ମା ତାରାତାରିଣୀ ମନ୍ଦିର, ଜଉଗଡ, କାଳେଶ୍ବର ପାର୍କ, ମଡେଲ ଭିଲେଜ, ମଡେଲ ଅଙ୍ଗନଓ୍ବାଡି କେନ୍ଦ୍ର, ଭିଲେଜ ଗାର୍ଡେନ୍ ପ୍ରଭୃତି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ପରିଦର୍ଶନର ସମସ୍ତ ଦାୟୀତ୍ବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ଙ୍କ ନେତୃତ୍ବରେ କରାଯାଇଥିଲା  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ