ଡ଼ଭାର ସ୍କୁଲରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ

ଚିକିଟି (କୁରେଶୁ ସାହୁ): ଡ଼ଭାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବର୍ଷ ୨୦୨୦-୨୧ ର ସରକାରଙ୍କ ତରଫରୁ ୧ ହଳ ମାଗଣା ସ୍କୁଲ ପୋଷାକ ସହିତ ୧ ହଳ ଯୋତା ଓ ୧ ହଳ ମୋଜା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଛି। ଏହି ପୋଷାକ ବଣ୍ଟନ ମେଳା ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନକୂଳ ସେଠୀ,ଚିକିଟୀ ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରା ମହୋଦୟ,ନୃଆପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କେ.ଜଗନ୍ନାଥ ରାଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସେଠୀ,ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସାଦ କୁମାର ପ୍ରହରାଜ ସମେତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ଜାନୀ,ଶିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ସେଠୀ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରେମାଞ୍ଜଳୀ ଖାଡଙ୍ଗା ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା ସଦସ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଦେଶ ତଥା ସାରା ବି‌ଶ୍ୱରେ ତାଣ୍ଡବଲୀଳା ରଚିଥିବା କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖି ଘର ମଧ୍ୟରେ ରହି ନିଜର ପାଠପଢ଼ା ଚାଲୁ ରଖିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବେହେରା ମହୋଦୟ ମଧୁ ଆପ୍ ର ବ୍ୟବହାର ଓ ବିଭିନ୍ନ ଅନ୍ ଲାଇନରେ ଉପଲବ୍ଧ ସମ୍ବଳ ର ବିନିଯୋଗ କରି କିପରି ପିଲାମାନେ ସ୍ୱ-ଅଧ୍ୟୟନ କରିପାରିବେ ସେ ବିଷୟରେ ପିଲାମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଓ ସି ଆର୍ ସି ସି ଶ୍ରୀ ରାଓ ମହୋଦୟ ପିଲାଙ୍କୁ ମିଳିଥିବା ଉଜ୍ଜ୍ୱଳ ଉତ୍ଥାନ ପୁସ୍ତକର କାର୍ଯ୍ୟ ଫର୍ଦ୍ଦ ଗୁଡ଼ିକ ଘରେ ବସି ସମାହିତ କରିବା ପାଇଁ କହିବା ସହ ଅବୁଝା ରହୁଥିବା ବିଷୟବସ୍ତୁ ଗୁଡ଼ିକ ଶିକ୍ଷକ ମାନଙ୍କୁ ଅନ ଲାଇନ ଶିକ୍ଷା ଦାନ ଗ୍ରୁପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଶୈକ୍ଷିକ ଅଗ୍ରଗତି କରିବାକୁ ପରାମର୍ଶ ଦେଇଥିଲେ। ତେବେ ଆଜିର କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଛାତ୍ର ଛାତ୍ରୀ ଓ ପରିଚାଳନା କମିଟି ସଭାପତି ମାନେ କୋଭିଡ ଗାଇଡ୍ ଲାଇନ୍ ମାନି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶିକ୍ଷକ ବିବେକାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ