ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିନେଇ 11 6ତମ ଘଣ୍ଟଯାତ୍ରା : ଗଣ ବିକ୍ଷୋଭ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଏମ କେ ସି ଜି ମେଡିକାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି ନେଇ ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଏମକେସିଜି ମେଡିକାଲ ମୁଖ୍ୟ ଗେଟଠାରେ 116ତମ ଘଣ୍ଟଯାତ୍ରା ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ଆଇନଜୀବି ଅବନୀ ଗୟା ଙ୍କ ଆବାହକତ୍ୱ ରେ ଆଜି ଏମକେସିଜି ମେଡିକାଲ ମୁଖ୍ୟ ଗେଟ ଠାରେ ଦୀର୍ଘ ସମୟ ଧରି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏତଦସହ ବରିଷ୍ଠ ନାଗରିକ ଙ୍କ ପାଇଁ ଜେରୀ୍ୟାଟିକ ବିଭାଗ ଖୋଲିବା,ପୋଡା ଜଳା ଚିକିତ୍ସା ବିଭାଗ Burn care ୟୁନିଟ ସ୍ଥାପନ,24ଘଣ୍ଟା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର ଓ ରେଡ଼ିଓଲୋଜି ବିଭାଗକୁ ଚାଲୁ କରିବା,ଡାଏଲିସିସ ସେବାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, କାଜୁଆଲିଟି ରେ ବରିଷ୍ଠ ଡାକ୍ତରଙ୍କୁ ନିୟୋଜିତ କରିବା, ଟ୍ରମାକେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଅଧିକ ସଂଖ୍ୟାରେ ICU ବେଡ଼ ଓ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇବା, ସରକାରୀ ଆମ୍ବୁଲାନ୍ସ ର ଦାୟିତ୍ୱରେ ଥିବା କତୃପକ୍ଷ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଥିବା କମିଶନ କାରବାରକୁ ବନ୍ଦ କରିବା, ମେଡିକାଲ ପରିସରକୁ ଅବାଧରେ ପ୍ରବେଶ କରୁଥିବା ଔଷଧ ଦଲାଲ, ଘରୋଇ କ୍ଲିନିକ ଦଲାଲ, ଘରୋଇ ମେଡିକାଲ ଦଲାଲ, ରକ୍ତ ଦଲାଲ, ଆମ୍ବୁଲାନ୍ସ ଦଲାଲ ଭଳି ସମସ୍ତ ପ୍ରକାର ଦଲାଲ ଙ୍କୁ ଗିରିଫ କରିବା, ନିରାମୟ ରେ ସମସ୍ତ ପ୍ରକାର ଉନ୍ନତମାନର ଔଷଧ ଯୋଗାଇବା, ମେଡିକାଲ ସମସ୍ତ କୋଠାରେ ଅଗ୍ନି ନିର୍ବାହ (Fire safety)କୁ ପ୍ରସ୍ତୁତ ରଖାଯିବା, ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସମସ୍ତ ପ୍ରକାର ସମସ୍ୟା, ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବା ଆଦି 11ଦଫା ଉପସ୍ଥାପନ କରାଯିବା ସହ ଘଣ୍ଟଯାତ୍ରା ଶୋଭାଯାତ୍ରାରେ ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଯାଇ ସେଠାରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆଜିର ଏହି ବିକ୍ଷୋଭରେ ସୁଧୀର ରାଉତ, ଇ. ଟି. ରାଓ, ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିରାକାର ନାୟକ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ସବିତା ସାହୁକାର, ରୋନାଲି ପାଣିଗ୍ରାହୀ, କେ. ଏନ. ରାଣୀ, କେ. ଶ୍ରୀନିବାସ ରାଓ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଏସ. ସlମ୍ବଶିବା ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ମାଗୁଣି ନାହାକ,କବିରାଜ ସାହୁ, ସlଲ୍ଲl. କେଶବ ଲିଙ୍ଗମ, ଆର. ସତ୍ୟ ନାରାୟଣ ରାଓ, ହୃଷିକେଶ ପାତ୍ର, ସୁବାଷ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ନାଥ ପଣ୍ଡା, ଗୁପ୍ତେଶ୍ୱର ଷଡ଼ଙ୍ଗୀ,ମଣ୍ଡଳ ରାଇତ, ମନୋଜ କୁମାର ତରାଇ, ବିଷ୍ଣୁ ପ୍ରସାଦ ପଣ୍ଡା,ରବୀନ୍ଦ୍ର କୁମାର ନାୟକ,ଅଭିଷେକ ସାହୁ,ବିନୋଦ କୁମାର ସାବତ,ବିରେନ କୁମାର ବେହେରା, ରାମହରୀ ନାହାକ, ଜଟେଶ୍ୱର ସାବତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l