ଡାକ୍ତର ସୁଦର୍ଶନ ସାହୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ
ଛତ୍ରପୁର (ଦେବଦତ୍ତ ମହାରଣା ): ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ ଅଧିକ୍ଷକ ଭାବେ ଆଜି ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଡାକ୍ତର ସାହୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଭାବେ ଅତିରିକ୍ତ ଦାୟତ୍ୱ ପ୍ରଦାନ କରାଯାଇଛି l ଡାକ୍ତର ସାହୁ ଦାୟିତ୍ୱ ଗ୍ରହଣ କଲା ପରେ ତାଙ୍କୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀ ମାନେ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ l ପୂର୍ବରୁ ଅଧିକ୍ଷକ ଦାୟିତ୍ୱ ରେ ଥିବା ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାତ୍ର ଙ୍କ ବଦଳି କୋରାପୁଟ ସ୍ଥିତ ମେଡିକାଲ କଲେଜ କୁ ହୋଇଯାଇଛି l


