ଡିଆପଡାରେ ଓଡିଆ ନବବର୍ଷ ଉତ୍ସବ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିଆପଡା ଗ୍ରାମରେ ବୁଦ୍ଧିଜୀବି ଓ ସଂସ୍କୃତିପ୍ରେମୀମାନଙ୍କ ଦ୍ୱାରା ପବିତ୍ର ମହାବିଷୁବ ମିଳନ ଅବସରରେ ଅଷ୍ଟମପ୍ରହରୀ ନାମଯଜ୍ଞ ଓ ମା ଶାରଳାଙ୍କ ଶାରଦୀୟ ଉତ୍ସବ ପ୍ରଭୃତି ପାମ୍ପରିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରୀତିନୀତି ଅନୁଯାଇ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ବାଗଦେବୀ କଳାମନ୍ଦିର’ ଆନୁକୁଲ୍ୟରେ ଓଡିଆ ନବବର୍ଷ ଅବସରରେ ବିଶିଷ୍ଟ କଣ୍ଠଶିଳ୍ପିମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନା ଓ ପରିଚାଳନାରେ ବିଶିଷ୍ଟ କଣ୍ଠଶିଳ୍ପି ରଶ୍ମିରଞ୍ଜନ ପଣ୍ଡା, ବିନାୟକ ସୁତାର, ବିଦ୍ୟାଦର୍ଶିନୀ ମହାନ୍ତି, ପ୍ରିୟଙ୍କା ପତି,ମିଲି ସ୍ୱାଇଁ, ବର୍ଷାପ୍ରିୟଦର୍ଶିନୀ ପ୍ରମୁଖ ମନମୁଗ୍ଧକର ଭଜନ ପରିବେଷଣ କରି ନୂତନ ବର୍ଷକୁ ସ୍ୱାଗତ ସଂଗୀତ ଗାୟନକରି ଶ୍ରୋତାମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଓଡିଆର ପରିଚୟ ସୃଷ୍ଟିକରିଥିଲେ । ଡିଆପଡା ଗ୍ରାମର ସମାଜସେବୀ ତଥା ବୁଦ୍ଧିଜୀବି ଅଜୟ କୁମାର ପରିଡାଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରକାରଙ୍କ କୋଭିଡ ନିୟମ ପାଳନ ପୂର୍ବକ ସ୍ୱଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


