ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣା ୨୦ ମିନିଟ୍ ସଂଘର୍ଷ,ମାଓ କ୍ୟାମ୍ପ ଧ୍ୱଂସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନା ଅଂଚଳରେ ଥିବା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ସହିତ ଡିଭିଏଫ ଏବଂ ଏସଓଜି ଯବାନ ହୋଇଥିଲେ ମୁହାଁମୁହିଁ। ଜବାନ ମାନଙ୍କ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ମାଓବାଦୀ ଆତ୍ମସମର୍ପଣ କରିଥିଲେ ଗୁଳି ଚାଳନା। ଯବାନଙ୍କ ଉପରକୁ ଗ୍ରେନେଡ଼୍ ମାଡ଼ ମଧ୍ୟ କରିଥିଲେ। ଏହାର ଜବାବରେ ଯବାନ ଚଳାଇଥିଲେ ଗୁଳି। ୨୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିୟ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍.ପି ଭିନିତ୍ ଅଗୱାଲା ସୂଚନା ଦେଇଛନ୍ତି। ଘଞ୍ଚ ଜଙ୍ଗଲ ଯୋଗୁଁ ମାଓବାଦୀ ଖସିଯିବାରେ ସକ୍ଷମ ହେଉଥିବାର କୁହାଯାଇଛି। ଏସପି ଆହୁରି ସୂଚନା ଦେଇ କହିଥିଲେ ଯେ, ସଂପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିବାପରେ ଏସପିଙ୍କ ନିର୍ଦ୍ଧେଶରେ ଗତ ୬ ତାରିଖ ଏସଓଜି ଏବଂ ଡିଭିଏଫ ଯବାନ କୁମ୍ବିଙ୍ଗ ଅପରେସନ ଜାରୀ ରହିଥିଲା। ୭ ତାରିଖ ସକାଳ ସମୟରେ ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଯବାନ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ। କୌଣସି ଯବାନ ଆହତ ହୋଇନଥିବା ବେଳେ ମାଓବାଦୀଙ୍କ ମଧ୍ୟରୁ କିଛି ଆହତ ହୋଇଥିବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଏସପି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ଏକ ମାଓ କ୍ୟାମ୍ପକୁ ଠାବ କରିବା ସହିତ ତାହାକୁ ଧ୍ୱଂସ କରିଛି। କ୍ୟାମ୍ପରୁ ୨ଟି ହେଣ୍ଡ ଗ୍ରେନେଡ,୨ପକେଟ ବିସ୍ଫୋରକ ସାମଗ୍ରୀ,ଡେଟୋନେଟର,ମାଓ ପୋଷାକ,ଗୁଳି ରଖାଯିବା ପାଉଚ,କିଛି ପରିମାଣର ଲୁହାର ଟୁକୁଡା, ମାଓ ପୁସ୍ତିକା,ବିଭିନ୍ନ ଔଷଧ ସମେତ ବିପୁଳ ପରିମାଣର ମାଓ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି। ଖସିପଳାଇଥିବା ମାଓବାଦୀ ଓଡିଶା ରାଜ୍ୟ କମିଟିର ବୋଲି ମଧ୍ୟ ସନ୍ଦେହ କରାଯାଇଛି। ତେବେ ଏହାର ନେତୃତ୍ୱ କିଏ ନେଉଥିଲେ ତାହା ତଦନ୍ତ ଚାଲିଥିବାର ଏସ୍.ପି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ