ବଣିକ ସଂଘ ପ୍ରାକ୍ତନ ସଭାପତିଙ୍କ ବିୟୋଗରେ ଶୋକସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ସ୍ଥିତ ଜଗନ୍ନାଥ ବଜାର ବଣିକ ସଂଘ ପ୍ରାକ୍ତନ ସଭାପତି ଘନଶ୍ୟାମ ବାରିକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ବଣିକ ସଂଘ ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲ,ନୃସିଂହ ଚରଣ ସାମଲ,ବଜାର କମିଟି ସଭାପତି କମଳା କାନ୍ତ ସାମଲ, ସଂପାଦକ ଚନ୍ଦ୍ରଶେଖର ଦତ୍ତ, ଅନିଲ ଶତପଥୀ, କାଶୀନାଥ ପରିଡା ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ସହିତ ଶୋକ ପ୍ରକଟ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବ୍ୟବସାୟୀ ବଂଧୁ ଦେବାଶିଷ ପଣ୍ଡା, ନିଶିକାନ୍ତ ସୁତାର, ଧୀରେନ୍ଦ୍ର ନାୟକ, ଶ୍ୟାମସୁନ୍ଦର ଦାସ, ମୁନିବର ଧଳ, ନିରଞ୍ଜନ ବେହେରା ,କୁନା ସାହୁ, ଗୋପାଳ କୁଅଁର ପ୍ରମୁଖ ଶୋକ ପ୍ରକଟ କରିଥିଲେ |


