ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଏକ ଐତିହାସିକ ନିଷ୍ପତି – ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର):ଗତକାଲି ରାଜ୍ୟ ବିଧାନସଭାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଉଦ୍ୟମକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ସ୍ବାଗତ କରିଛନ୍ତି । ଏହି ବିକାଶ ପରିଷଦର ରୂପ ରେଖା କିପରି ହେବ ତିରିଶ ଦିନ ମଧ୍ୟରେ ଟାକ୍ସଫୋର୍ସ ସରକାରଙ୍କୁ ରିପୋର୍ଟ ଦେବେ । ଏହା ପରେ ସମାଜର ବିଭିନ୍ନ ବର୍ଗର ସୁପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ । ସ୍ୱର୍ଗତ ଇଞ୍ଜିନିୟର ଦୟାନିଧି ସାହୁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାୟର ପ୍ରାକ୍ତନ ପ୍ରଫେସର ସ୍ୱର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଦୀର୍ଘ୍ ଦିନର ଦାବୀକୁ ବିଜେପି ସରକାର ସଫଳ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡା ଆଶା କରିଛନ୍ତି ଦୀର୍ଘ ଦିନ ଧରି ଅବହେଳିତ ଓ ପଛୁଆ ରହିଥିବା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ମୋହନ ସରକାରଙ୍କ ଏହି ନିଷ୍ପତି ଫଳରେ ଉପକୃତ ହେବେ।
ଓଡ଼ିଶା ସରକାରଙ୍କର ରାଜସ୍ବ କୁ ସିଂହ ଭାଗ ଦେଉଥିବା ଦକ୍ଷିଣ ଓଡ଼ିଶା ସବୁବେଳେ ବିଭିନ୍ନ ସରକାରଙ୍କ ଦ୍ଵାରା ଅବହେଳିତ ହୋଇ ଆସିଛି ।ଦକ୍ଷିଣ ଓଡ଼ିଶାର କଳା ,ସଂସ୍କୃତି , ସାହିତ୍ୟ ଓ ଖଣିଜ ସଂପଦ ରାଜ୍ୟର ସମ୍ମାନ କୁ ଯଥେଷ୍ଟ ବୃଦ୍ଧି କରିଛି । ଅତଏବ ପରିଷଦ ଗଠନ ହେଲେ ଦକ୍ଷିଣ ଓଡ଼ିଶା ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ପାଇବା ସହ ଏହି ଅଞ୍ଚଳ ନିଜର ନିଜସ୍ଵ ପରିଚୟ ସୃଷ୍ଟି କରିପାରିବ ।ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ମାନ୍ୟବର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉଦ୍ୟମକୁ ମଧ୍ୟ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି । ଦକ୍ଷିଣାଞ୍ଚଳ ବିକାଶ ପରିଷଦ ଗଠନ ହେଲେ ଏହି ଅଞ୍ଚଳର ଶିକ୍ଷା ,ସ୍ବାସ୍ଥ୍ୟ ଓ ଗମନାଗମନର ମାନ ବୃଦ୍ଧି କରିବାରେ ବିକାଶ ପରିଷଦ ସହାୟକ ହେବ ଓ ଲୋକଙ୍କର ଜୀବନ ଧାରଣର ମାନ ବୃଦ୍ଧି ଘଟିବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଆଶା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ