ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକଙ୍କ ସହ ବାଲେଶ୍ୱର ସାଂସଦଙ୍କ ସାକ୍ଷାତ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଗସ୍ତ ଅବସରରେ ଦକ୍ଷିଣ-ପୂର୍ବ ରେଳ ବିଭାଗ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ସହ ଜିଲାର ରେଳ ସେବା ସମ୍ପର୍କରେ ଆଲୋଚନା କରିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଏହି ଆଲୋଚନା ହୋଇଥିଲା । ବିଶେଷ କରି ବାଲେଶ୍ୱର, ଜଳେଶ୍ୱର, ସୋର ଓ ମାର୍କୋଣାରେ ନୂତନ ଷ୍ଟେସନ ଗୃହ ନିର୍ମାଣ, ତୃତୀୟ ଲାଇନ କାର୍ଯ୍ୟର ଅଗ୍ରଗତି, ବସ୍ତାରେ ଦୁଇଟି ଓ ଅମର୍ଦ୍ଦା ରୋଡ଼ଠାରେ ଗୋଟିଏ ରେଳ ଓଭରବ୍ରିଜର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ, ବାଙ୍ଗିରିପୋଷି-ିରୂପସା ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ବାଙ୍ଗିରିପୋଷି – ଭୁବନେଶ୍ୱର ଟ୍ରେନରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ କୋଚ ସଂଖ୍ୟା ବୃଦ୍ଧି, ମାର୍କୋଣାରୁ ଜଳେଶ୍ୱର ପର୍ଯ୍ୟନ୍ତ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି, ଜଳେଶ୍ୱର ଓ ବସ୍ତାରେ ଉତ୍କଳ ଏକ୍ସପ୍ରେସର ରହଣି ସମେତ ଜିଲାର ସମସ୍ତ ରେଳ ସଂଲଗ୍ନ ରାସ୍ତାର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।ଏହା ସହିତ ରେଳବାଇର ଅବ୍ୟବହୃତ ଜମିରେ ପଞ୍ଚାୟତ ବିଭିନ୍ନ ପଞ୍ଚାୟତ ମାଧ୍ୟମରେ ନଡ଼ିଆ ଚାଷ କରିବା ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ପ୍ରସ୍ତାବ ଦେଇଥିଲେ । ଏହା ଦ୍ୱାରା ଉଭୟ ରେଳବାଇ ଓ ସ୍ଥାନୀୟ ଚାଷୀ ଉପକୃତ ହେବା ସହିତ ଆଗାମୀ ଦିନରେ ନଡ଼ିଆକତା ବୋଡ଼କୁ ଆବଶ୍ୟକ କଞ୍ଚାମାଲ ମିଳିପାରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ଏହି ଆଲୋଚନା ସମୟରେ ଦକ୍ଷିଣ-ପୂର୍ବ ରେଳ ବିଭାଗର ଉପ-ମହାପ୍ରବନ୍ଧକ ମନୋରଞ୍ଜନ ପ୍ରଧାନଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ