ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ରୁଦ୍ର ଗୋପାଳପୁରବାସୀଙ୍କ ଗୁହାରୀ

ବାଲେଶ୍ୱର, (ସରୋଜ ପଣ୍ଡା): ବୁଢ଼ାବଳଙ୍ଗ ନଦୀରେ ପ୍ରତିବର୍ଷ ଆସୁଥିବା ବନ୍ୟାରେ ରେମୁଣା ବ୍ଲକ ରୁଦ୍ରଗୋପାଳପୁର ଗାଁ’ର ହେଉଥିବା କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ପାଇଁ ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଆପତ୍ତି ଅନୁସାରେ ରୁଦ୍ରଗୋପାଳପୁର ଗ୍ରାମର ଦକ୍ଷିଣ ପାଶ୍ୱର୍ରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ଟିକିଏ ବନ୍ୟାରେ ବି ଜଳ ଗାଁ’ ମଧ୍ୟକୁ ପ୍ରବେଶ କରିଥାଏ । ତେବେ ଅତୀତରେ ନଦୀରେ ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ହେବା ମାତ୍ରେ ଗାଁ’ ବି ଶୁଖିଲା ପଡ଼ୁଥିଲା । ଗାଁ’କୁ ପ୍ରବେଶ କରିଥିବା ବନ୍ୟାଜଳ ରାଜପଥ ପାଶ୍ୱର୍ ନୟନଯୋରୀରେ ପଡ଼ି ପୁଣି ନଦୀକୁ ଚାଲି ଯାଉଥିଲା । ମାତ୍ର ଏବେ ସେଭଳି ସ୍ଥିତି ନାହିଁ । ରାଜପଥ ପାଶ୍ୱର୍ରେ ସ୍ଥାନେ ସ୍ଥାନେ ନୟନଯୋରୀ ପୋତାଯାଇ ଜବରଦଖଲ ହୋଇଥିବା ବେଳେ ଜଳ ନିଷ୍କାସନ ହୋଇପାରୁ ନାହିଁ । ଏମିତିକି ଗତ ଲଘୁଚାପ ଜନିତ ବର୍ଷାରେ ଗାଁ’ରେ ପ୍ରବେଶ କରିଥିବା ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ଅଦ୍ୟାବଧି ନିଷ୍କାସନ ହୋଇପାରି ନଥିବା ଗ୍ରାମବାସୀମାନେ କହିଛନ୍ତି । ଅତଏବ ସ୍ୱତନ୍ତ୍ର ଟିମ ଦ୍ୱାରା କ୍ଷେତ୍ର ତଦନ୍ତ ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମାବାସୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ନିବେଦନ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ନିବେଦନ ପତ୍ର ପ୍ରଦାନ ବେଳେ ରମେଶ ଚନ୍ଦ୍ର ବେହେରା, ଶ୍ରୀକୃଷ୍ଣ ଭୋଇ, ଅନିରୁଦ୍ଧ ଜେନା, ମନୋରଞ୍ଜନ ବେହେରା, ସୁଶାନ୍ତ ଗିରି ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ