ଦଶହରା ଅବସରରେ ଅବକାରୀ ବିଭାଗର ପଇଁତରା

ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଗାଡି ଗାଁ ଗଣ୍ଡାରେ ବାରମ୍ବାର ବୁଲୁଥିବାର ଲୋକେ ଟୁପୁରୁ ଟାପର ହେଉଛନ୍ତି। ଜଗତସିଂହପୁର ଜିଲ୍ଲାର ଅବକାରୀ ବିଭାଗ ପ୍ରାୟତ ସ୍ଥାଣୁ ଓ କୋମାରେ ରହିଲା ପରି ମନେହୁଏ। ଜାଗର ସମୟରେ ମହାଦେବ ମନ୍ଦିର ରଙ୍ଗ ହେଲାପରି କେବଳ ପୁନେଇ ପରବରେ ଆମ ଜଗତସିଂହପୁର ଜିଲ୍ଲାର ଅବକାରୀ ବିଭାଗ ଦେଖାଯାଆନ୍ତି। ସଦର ମହକୁମାରୁ ଗଣ୍ଡା ଗଣ୍ଡା ପୁରୁଣା ସ୍କୁଟରରେ ସକାଳୁ ରାତି ଅଧଯାଏ ବିଦେଶୀ ମଦ ଗାଁ ଗଣ୍ଡାକୁ ରପ୍ତାନୀ କରୁଥିବା ବେଳେ ଅବକାରୀ ବିଭାଗ ସ୍ଥାଣୁ ପାଲଟି ଯାଇଛି। ଏଣୁ ବାହାନା କରି ଗାଆଁ ଗଣ୍ଡାରେ ଅବକାରୀ ବିଭାଗ ପକ୍ଷରୁ ପ ଇଁତରା ମରାଯାଉଛି ବୋଲି ଲୋକେ ଟୁପୁରୁ ଟାପୁର ହେଉଛନ୍ତି। କାଳେ ମହକୁମାରେ ରହିଲେ ଚୋରା ମଦଗାଡି ଧରାପଡ଼ି ଯିବ ସେଥି ପାଇଁ ଏକ ସ୍ବତନ୍ତ୍ର ଯୋଜନାରେ ଅବକାରୀ ବିଭାଗ। ଅନ୍ଯ ପକ୍ଷରେ ଗ୍ରାମାଞ୍ଚଳରେ ମଦ ବିକୁଥିବା ବେପାରୀ ମାନଙ୍କ ଠାରୁ ବର୍ଷିକିଆ ବଟି ପାଇଁ ଅବକାରୀ ବିଭାଗ ପକ୍ଷରୁ ପ ଇଁତରା ମରାଯାଉଥାଇପାରେ ବୋଲି ଲୋକେ କହୁଛନ୍ତି। କାରଣ ସରକାରୀ ଡିଜେଲ ପୋଡି ଅବକାରୀ ବିଭାଗ ପକ୍ଷରୁ ବୁଲାଯାଉଛି ହେଲେ କେହି ଜଣେ ହେଲେ ବି ଚୋରା ମଦ ବେପାରୀ ଧରାପଡୁନାହାନ୍ତି। କେବଳ ଯେଉଁ ସବୁ ଚୋରା ମଦ ବେପାରୀଙ୍କୁ ମଦ ସହିତ ଧରାପଡୁଛନ୍ତି ସେମାନଙ୍କୁ ନିଜ ନିଜର ଥାନା ଅଧିକାରୀ ଧରିଛନ୍ତି। ଏବେ ପ୍ରଶ୍ନ ଉଠେ ଜିଲ୍ଲା ଅବକାରୀ ବିଭାଗ କରୁଛି କଣ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ