ଦାଳୁଅ ଧାନଚାଷ ପାଇଁ ଋଣ,ବୀହନ ଯୋଗାଇଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇ ଦେବାକୁ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ଲଘୁଚାପ ବର୍ଷା ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ବନ୍ୟା,ବେଣୀପୁର ଘାଇ ଦ୍ୱାରା ଜମିରେ ମାସାଧିକ କାଳ ପାଣି ଜମି ରହିବା ଫଳରେ ଧାନ ପଚିଯାଇଛି । ଡେରାବିଶି ବ୍ଲକର ସେକ ପାଟଣା, ବଡମଙ୍ଗରାଜପୁର, ବାଲିପାଟଣା , ନୂଆଗାଁ ସମେତ ଜିଲ୍ଲାର ଅନ୍ୟ ଅଂଚଳରେ ଟାଇଚୁନ ଚାଷ ପାଇଁ ବୀହନ, ସାର, ଔଷଧ ସହିତ ଚାଷୀମାନଙ୍କୁ ଋଣ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନିରୁଦ୍ଧ ବେହେରା, ଦୁର୍ଗାପ୍ରସାଦ ବେହେରା, ଗୁରୁଚରଣ ବେହେରା, ଚିନ୍ମୟ ବେହେରା, ଅଜୟ କୁମାର ପରିଡା, ସୁରେଶ ମଳିକ, ଟିଟୁ ମଳିକ, ବସନ୍ତ ପରିଡା, ବୈରାଗୀ ମଳିକ, ନୃସିଂହ ମଳିକ, ଅଜୟ ମଳିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ