ମଦ୍ରାସାରୁ ୨ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ରଣପଡାରେ ଥିବା ମଦ୍ରାସା ବହେରୁଲ ଓଲୁମରେ ଶିକ୍ଷକ ଥିବା ସେକ ଫିରୋଜ ଏବଂ ସେକ ଲିଆକତ ଅଲ୍ଲୀ ପାଠପଢାରେ ଖିଲାପ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଶିକ୍ଷକ ସେକ ଫିରୋଜ ଛାତ୍ରମାନଙ୍କ ହାତରେ ସିଗାରେଟ ମଗାଇ ମଦ୍ରାସା ଭିତରେ ଟାଣିବା, ଛାତ୍ରମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା, ବିଭିନ୍ନ ଠିକାଦାରୀ କାର୍ଯ୍ୟରେ ଲିପ୍ତ ରହିବା, କମିଶନ ନେଇ ଲୋକଙ୍କୁ ଋଣ କରାଇଦେବା ଓ ସେ ନିଜେ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ରାଶନ କାର୍ଡ କରାଇଥିବା ଭଳି ବହୁ ଅଭିଯୋଗ ହୋଇଛି । ମଦ୍ରାସାର ଅନ୍ୟତମ ଶିକ୍ଷକ ସେକ ଲିଆକତ ଅଲ୍ଲୀ ମଦ୍ରାସାରେ ନିଜ ଦାୟୀତ୍ୱ ନିର୍ବାହ ନକରି ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ପରିଷଦ,କଟକ,ଶିକ୍ଷା ନିର୍ଦେଶାଳୟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି କେତେକ ଶିକ୍ଷକ,ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀମାନଙ୍କ ଠାରୁ ସରକାରୀ ଅଧିକାରୀମାନଙ୍କ ନାମରେ ଅର୍ଥ ଆଦାୟକରି ଅନୀତି ଓ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଭଳିକି ମଦ୍ରାସା ଭିତରେ ମଧ୍ୟ ବିଭିନ୍ନ ଲୋକଙ୍କ ସହ କେବଳ ଟେଲିଫୋନରେ ଗପି ଗପି ତାଙ୍କର ସମୟ ବିତୁଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଥିବା ଅଭିଯୋଗ ହୋଇଛି । ଉଭୟ ଶିକ୍ଷକଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଛାତ୍ରାଭିଭାବକମାନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ମଦ୍ରାସାର ପ୍ରଧାନ ମୈାଲବୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲାପାଳ,ଶିକ୍ଷା ନିର୍ଦେଶକ ପ୍ରଭୃତିଙ୍କୁ ପତ୍ର ମାଧ୍ୟମରେ ଜଣାଇବାପରେ ଉଭୟ ଶିକ୍ଷକ ଚକ୍ରାନ୍ତକରି ପ୍ରଧାନ ମୈାଲବୀଙ୍କୁ ଏକ ମିଥ୍ୟା ଘଟଣାରେ ଫସାଇବାକୁ ବ୍ୟବସ୍ଥା କରିଦେଇଥିବା ଛାତ୍ରାଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ମଦ୍ରାସାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଜ ଦାୟୀତ୍ୱ ସମ୍ପାଦନରେ ଖିଲାପ କରୁଥିବା ଏବଂ ମଦ୍ରାସା ପରିସରକୁ କଳୁସିତ କରୁଥିବା ୨ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ଏହି ମଦ୍ରାସାରୁ ଅନ୍ୟତ୍ର ବଦଳି କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଛାତ୍ରାଭିଭାବକମାନଙ୍କ ପକ୍ଷରୁ ସେକ ସମାସ ତବରେଜ, ସେକ ରାଜୁ, ସେକ ସନ୍ନା, ସେକ ରଫିକ, ସେକ ଆଲାଉଦ୍ଦିନ, ସେକ ଖଲିଲ, ସେକ ଅନିସୁଦ୍ଦିନ, ସୁରେତୁନ ବିବି, ସେକ ଆସାଦୁଲ୍ଲା, ନଜମା ବିବି, ସିତାରା ବିବି, ହମିଦା ବିବି, ସେକ ଲିଆକତ, ସେକ ଆକବର, ସମୀନା ବିବି, ସେକ ନଇମୁଦ୍ଦିନ, ସେକ ଜଲାଲ, କୋରେସା ବିବି, ସେକ କାଲା ପ୍ରମୁଖ ଶତାଧିକ ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ