ଦିବଂଗତ ସତ୍ୟନାଥ ମାଝୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା):କଳା ସଂସ୍କୃତିର ନିରବଚ୍ଛିନ୍ନ ସାଧକ ଦିବଂଗତ ସତ୍ୟନାଥ ମାଝୀଙ୍କ ଏକାଦଶାହରେ ଈଶାଣୀ ବୈଶାଖୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥୀ, ସମିତି ସଦସ୍ୟ ସୂର୍ଯ୍ୟ ମିଶ୍ର, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାୟକ, ସଂଗଠକ ଭାଗବତ ସାହୁ, ପୌରସଦସ୍ୟ ମୀତା ପଟ୍ଟନାୟକ, ମୀନା ମହାନ୍ତି, ଜିଲା ପରିଷଦ ସଦସ୍ୟ ସୋନାଲି ବିଶ୍ୱାଳ, ବିଜେଡି ସଦର କମିଟି ସଭାପତି ବସନ୍ତ ପଣ୍ଡା, ହରିଗ୍ରୁପ ଅଫ କମ୍ପାନିର ଅନ୍ୟତମ ନିର୍ଦ୍ଦେଶିକା ଅଲିଭା ଦାସ, ସ୍ଥାନୀୟ ଦୁର୍ଗାପୂଜା କମିଟିର ସଭାପତି ଶଶିକାନ୍ତ ଜେନା, ସଂପାଦକ ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ମାଝୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକଧାରାରେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ମଞ୍ଚଶିଳ୍ପୀ, ସାମାଜିକକର୍ମୀ ଭାବେ ସବୁକ୍ଷେତ୍ରରେ ସେ ପାରଦର୍ଶିତା ଦେଖାଇ ପାରିଥିଲେ । ବିଶେଷ କରି ଜଣେ ଦରଦୀ ହୃଦୟ ତଥା ପରୋପକାରୀ ବ୍ରକ୍ତିତ୍ୱ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ତାଙ୍କର ଅବର୍ତ୍ତମାନ କେବଳ କଞ୍ଚିନିବାଗ ନୁହେଁ ବରଂ ବାଲେଶ୍ୱର ସହରର କଳାକ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ସମସ୍ତେ ଅନୁଭବ କରିଥିଲେ । ଏହି ଅବସରରେ ସତ୍ୟନାଥଙ୍କ ଜୀବନୀ ସମ୍ବଳିତ ଏକ ସ୍ମରଣିକାକୁ ଉପସ୍ଥିତ ଅତିଥି-ବକ୍ତାମାନେ ଉନ୍ମୋଚନ କରିଥିଲେ । ବୈଶାଖୀ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ ସେନାପତି, ସାଧାରଣ ସମ୍ପାଦକ ଭାଗବତ ସାହୁ, ଉପ-ସଭାପତି ନରେନ୍ଦ୍ର ଦାସ, ଲକ୍ଷ୍ମୀଧର ସ୍ୱାଇଁ, ସାରିକା କର, ପୂର୍ଣ୍ଣଚନ୍ଦ୍ର ରାଉତ, ସୁଶାନ୍ତ ଶତପଥୀ, ବାସନ୍ତୀ ପାତ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ମାଝୀଙ୍କ ସାନଭାଇ ସୁରେଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।


