ଦନ୍ତା ତାଣ୍ଡବଲୀଳାରେ ଅତିଷ୍ଠ ଗ୍ରାମବାସୀ ! ଗ୍ରାମବାସୀଙ୍କ ଦ୍ବାରା ବନାଞ୍ଚଳ କିର୍ଯ୍ଯାଳୟ ଘେରାଉ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ହାତୀ ଉପଦ୍ରବରେ ମସିହାରେ ଅତିଷ୍ଠ ହୋଇ ଏବଂ ସଠିକ କ୍ଷୟକ୍ଷତି ଆକଳନ ସହିତ ହାତୀ ଘଉଡେଇବା ଦାବି କରି ରେଞ୍ଜ ଅଫିସ ଘେରିଲେ ମୟୁରଭଞ୍ଜ ଜିଲ୍ଲାର ଡୁମୁରିଆ ଗ୍ରାମର ଶତାଧିକ ଗ୍ରାମବାସୀ । ଗତ ତିନି ଚାରି ଦିନ ହେବ ଅଞ୍ଚଳରେ ବ୍ୟାପକ ଧାନ ଫସଲ ୨୨ ଟିକିଆ ହାତୀ ପଲ ନଷ୍ଟ କରୁଥିବାରୁ ସଠିକ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ସହିତ ହାତୀ ଘଉଡେଇବା ପାଇଁ ବନବିଭାଗ ର ସହଯୋଗ ଦାବି କରି ଶତାଧିକ ମହିଳା ଏବଂ ପୁରୁଷ ଆସି ରେଞ୍ଜ ଅଫିସ ସାମ୍ନାରେ ହୋ ହାଲା କରିବା ସହିତ ରେଞ୍ଜ ଅଧିକାରୀ ଏବଂ କରଞ୍ଜିଆ ଥାନା ଅଧିକାରିଣୀ ଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳକୁ ନେଇ ଯାଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ବନବିଭାଗ ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ କ୍ଷୟକ୍ଷତିର ସଠିକ ଆକଳନ କରି ତୁରନ୍ତ କ୍ଷତି ପୂରଣ ରାଶି ଯୋଗାଇ ଦିଆ ଯିବାର ପ୍ରତିଶ୍ରୁତି ମିଳିବା ପରେ ଲୋକେ ଅଫିସ ସମ୍ମୁଖ୍ ରୁ ହଟିଥିଲେ । ସମୟ କହିବ କେବେ ମିଳିବ ପିଡୀତାଙ୍କୁ ସହାୟତା !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ