ଦୁଇ ବାଇକ ଚୋର ଗିରଫ, କୋର୍ଟ ଚାଲାଣ।
ପୋଲସରା ,(ଅନିଲ କୁମାର ମହାରଣା): ବୁଧବାର ଦିନ ପୋଲସରା ପୋଲିସ ଦୁଇ ବାଇକ ଚୋରକୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ଜାନୁୟାରୀ ୧୬ ତାରିଖ ଦିନ ପୋଲସରା ଷ୍ଟେଟବ୍ୟାଙ୍କ ଛକରୁ ଆଶିଷ ପୃଷ୍ଟିଙ୍କ ହିରୋ ଗ୍ଲୋମେର ବାଇକ ଚୋରି ହୋଇଥିଲା। ଏନେଇ ଶ୍ରୀ ପୃଷ୍ଟିଙ୍କ ଲିଖିତ ଅଭିଯୋଗ ପରେ ପୋଲସରା ଥାନା କେଶ ନଂ ୧୬/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଗତକାଲି ପୋଲସରା ସହର ର ରାକେଶ ପ୍ରଧାନ ଓ ସଂଗ୍ରାମ ପାତ୍ର ଚୋରି ଘଟଣାରେ ଗିରଫ ହୋଇଥିବା ବେଳେ ଆଜି ଗୁରୁବାର ଦିନ କୋର୍ଟ ଚାଲାଣ ହୋଇଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।