ଦୁର୍ଘଟଣାରୁ ରକ୍ଷା କରିବ ‘ସେଫ୍ଟି ଟ୍ରକ୍‌’

ବିଶ୍ୱସ୍ତରୀୟ ଏକ ନାମୀ କମ୍ପାନୀ ଇତି ମଧ୍ୟରେ ‘ସେଫ୍ଟି ଟ୍ରକ୍‌’ ର ଚଳାଚଳ ଆରମ୍ଭ କରିଛି । ବର୍ତ୍ତମାନ ସମୟରେ ଏହି ଟ୍ରକ କେବଳ ଇଉରୋପର କେତୋଟି ରାଷ୍ଟ୍ର ଆମେରିକାର ନ୍ୟୁୟର୍କ, କାଲିଫର୍ଣ୍ଣିଆ ଓ ଜାପାନରେ କାର୍ଯ୍ୟକାରୀ ହୋଇଥିବାର ପ୍ରକାଶ । ଆଗାମୀ ଦିନରେ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ଏହା ଚଳାଚଳ ହେବ ବୋଲି କମ୍ପାନୀ ମୁଖ୍ୟ କହିଛନ୍ତି । କମ୍ପାନୀର ଦାମୀ ବିଦ୍ୟୁତ ଉପକରଣ ଗୁଡ଼ିକ ନେବା ଆଣିବା ନିମନ୍ତେ ବଡ଼ ଟ୍ରକ୍ ଗୁଡ଼ିକ ବ୍ୟବହାର କରାଯାଉଥିଲା । ତେବେ ଅନେକ ସମୟରେ ଏହି ବଡ଼ ଟ୍ରକ ପାଇଁ ରାସ୍ତାରେ ଦୁର୍ଘଟଣା ହେବାରୁ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରାଗଲା । ଟ୍ରକ୍‌ର ପଛପାଖେ ଏକ ବଡ଼ ସ୍କ୍ରିନ ଲଗାଯିବା ସହ ସେଥିରେ ଆଗରୁ ଆସୁଥିବା ଯାନବାହନ ଲାଇଭ ଦୃଶ୍ୟ ପଉରେ ଆସୁଥିବା ଚାଳକଙ୍କୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଲା । କମ୍ପାନୀ ପାଖରେ ଏବେ ମୋଟ ୧୫୦ଟି ବଡ଼ ଟ୍ରକ ଅଛି । ସେଥିରୁ ୫୫ଟି ଟ୍ରକକୁ ‘ସେଫ୍ଟି ଟ୍ରକ୍‌’ରୂପେ ଦିଆଯାଇଛି । ଏଥିନିମନ୍ତେ ଗୋଟିଏ ଟ୍ରକ୍ ପିଛା ଦେଢ଼କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ପ୍ରକାଶ । ‘ସେଫ୍ଟି ଟ୍ରକ୍‌’ର ଚାରିପାଖେ ୧୧ଟି କ୍ୟାମେରା ଲାଗିଥିବା ବେଳେ ରାତିବେଳା ମଧ୍ୟ ଏହାର ସ୍କ୍ରିନ ଖୁବ ଭଲ ଭାବେ କାମ କରିଥାଏ । ଏହି ନୂତନ ଧରଣର ଟ୍ରକ୍ ଚାଲିବାର ଏକ ଲମ୍ବା ସମୟ ଅତିବାହିତ ହୋଇଛି । ଏହା ଦ୍ୱାରା ଉପଲବ୍ଧ ହେଉଥିବା ସୁବିଧା କାରଣରୁ ମଧ୍ୟ ଦୁର୍ଘଟଣା ଅନେକାଂଶରେ ନିୟନ୍ତ୍ରିତ ହୋଇଥିବାର ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ