ଦୁର୍ଘଟଣାରେ ଗୁରୁତର ଯୁବକର ଚିକିତ୍ସା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ହାଟଡିହି, (ଓ୍ବାଇଏନ୍ଏସ୍): ହାଟଡିହି ବ୍ଲକ ମିଠିଗାଁ ଗ୍ରାମର ଅଲେଖ ସ୍ୱାଇଁଙ୍କ ପୁଅ କୈଳାଶ ଏକ ରାସ୍ତା ଦୁର୍ଘଟଣାର ଶୀକାର ହୋଇ ଏବେ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗୋଡର ଅପରେସନ ପାଇଁ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ ବୋଡି ଡାକ୍ତର କହିଛନ୍ତି । ଏଭଳି ପରିସ୍ଥିତିରେ ସେ ଜଣେ ଗରିବ ପରିବାରର ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଏତେଟଙ୍କା କେଉଁଠୁଆଣିବେ ସେନେଇ ଚିନ୍ତାରେ ପଡିଯାିଛନ୍ତି ପରିବାର ଲୋକେ । କେଉଁଠୁ ଏତେଟଙ୍କା ଯୋଗଡେ କରିବେ ସେନେଇ ପରିବାର ଲୋକେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି । ଯଦି କେହି ସ୍ୱେଚ୍ଛାସେବୀ ସାହଯ୍ୟର ହାତ ବଢ଼ାନ୍ତେ ତେବେ ପୁଅର ଅପରେସନ କରାଇପାରନ୍ତେ ବୋଲି ଅଲେଖ ପ୍ରକାଶ କରିଛନ୍ତି । ଏପରି ଏକ ଖବରପାଇ ସର୍ଭଫର ପିପୁଲ ପରିବାର ପକ୍ଷରୁ ଆଜି ୮ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ପରିବାର ସଦସ୍ୟ ହଳଧର ପଣ୍ଡା, ସତ୍ୟବ୍ରତ ରାଉତ, ସବ୍ୟସାଚୀ ବାହୁବଳେନ୍ଦର, ଶୁଭ୍ରାଶୁଂ ଭୁଷଣ ସାହୁ, ବିକାଶ ଦାଶ, କୃଷ୍ଣ ପ୍ରୀୟା ସିଂ, ରଞ୍ଜନ ପାଣି, ଶୁଭଲକ୍ଷ୍ମୀ ମିଶ୍ର, ବିଶ୍ୱରଞ୍ଜନ ପାତ୍ର ପ୍ରମୁଖ ୮ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ଅଧିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ