ଧର୍ମକୁ ଆଖି ଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । ପାରିବାରିକ ଆର୍ଥୀକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ୍ରଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଂଜିଳିକାଟୁ ଅଂଚଳରେ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି । ଶିଶୁ ଶ୍ରମିକ ମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଂଜିଳିକାଟୁ ଅଂଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ଅଧିକାଂଶ ହୋଟେଲ, ଗ୍ୟାରେଜ୍, ତେଜରାତି ଦୋକାନ, ରେଷ୍ଟୁରାଂଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକରେ ଶିଶୁ ମାନେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନଙ୍କ ହସଖେଳ ଏବଂ ପାଠପଢା ଠାରୁ ଦୂରେଇ ରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମଧନ୍ଦା କରୁଛନ୍ତି । ସେମାନେ ସେମାନଙ୍କର ଅଧିକାରରୁ ବଂଚିତ ହେଉଛନ୍ତି । ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁ କୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ଏକଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । ହେଲେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍, ତେଜରାତି ଦୋକାନ, ରେଷ୍ଟୁରାଂଟ, ପାନ ଦୋକାନ, ଫାଷ୍ଟପୁଡ଼ ଦୋକାନ,ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନ ଓ ବହୁ ବଡ଼ବଡ଼ିଆଙ୍କ ବାସଗୃହରେ ୧୨ ରୁ ୧୮ ବର୍ଷର ଶିଶୁ ମାନେ କାମ କରୁଥିବାର ଦେଖିବାକୁ ମିଳୁଛି । ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର । ହେଲେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର ଦିଗରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରୁନଥିବାର ଦେଖିବାକୁ ମିଳୁଛି । ଚଳିବର୍ଷ ଜୁଳାଇ ୩୦ ତାରିଖ ଠାରୁ ଅଗଷ୍ଟ ୧୩ ତାରିଖ ୧୫ ଦିନ ଧରି ଗଂଜାମ ପୋଲିସ ପ୍ରଶାସନ ପକ୍ଷରୁ ପରୀ-୩ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ହିଂଜିଳି ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମର ବହୁ ବ୍ୟବସାୟିକ ଅନୁଷ୍ଠାନରେ ଗତ ୩ ତାରିଖରେ ଚଢାଉ କରାଯାଇ କାର୍ଯ୍ୟ କରୁଥିବା ୧୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପରବର୍ତୀ ସମୟରେ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୁଣିଥରେ ରବିବାର ସ୍ଥାନୀୟ ଅଂଚଳର ବହୁ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢାଉ କରାଯାଇ ୬ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିବା ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ୨୧ ଟି ପଂଚାୟତର ବହୁ ବ୍ୟବସାୟିକ ଅନୁଷ୍ଠାନରେ ଶତାଧିକ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ପରୀ-୩ କାର୍ଯ୍ୟକ୍ରମ ମାଧ୍ୟମରେ ୨ ଥରରେ ମାତ୍ର ୧୬ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଘଟଣା ନେଇ ଧର୍ମକୁ ଆଖି ଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ