ଧାନମଣ୍ଡିରେ ଧାନକ୍ରୟ ଅନିୟମିତତା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଧାନ କ୍ରୟର ବ୍ୟାପକ କା ଅନିୟମିତତା ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଯାଇଛି । ଚାଷୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ନିଜର କଷ୍ଟ ଉପାର୍ଜିତ ଧାନ ଅମଳକୁ ବିକି ନିଜର ଧାର କରଜ ମେଣ୍ଟାଇବା, ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଧାନମଣ୍ଡିରେ ଧାନ ବିକିବା ପାଇଁ ଯାଉଥିବାବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଧାନମଣ୍ଡିରେ ଧାନର ବହୁ ପରିମାଣରେ କଟନୀ ଛଟନୀ ଧୁମଧାମରେ ଚାଲିଛି । ଯାହା ଫଳରେ ଚାଷୀ ତାର ଉଚିତ ପ୍ରାପ୍ୟ ପାଉ ନାହାଁନ୍ତି ।ଧାନମଣ୍ଡିରେ ଚିରା,ଫଟା ଅଖା ଦେଉଛନ୍ତି ଯେଉଁଥିରେ ଧାନ ରଖିବା କଷ୍ଟକର ।ଧାନମଣ୍ଡିରେ ଚାଷୀମାନଙ୍କ ପାଇଁ ପାଣି ଓ ଆଶ୍ରୟସ୍ଥଳ ନାହିଁ ।ଶୀତ କାକରରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି ।ତେଣୁ ଆଗାମୀ ଦିନରେ ଧାନ ମଣ୍ଡିର ସୁଧାର ଏବଂ କଟନି ଛଟନୀ ପ୍ରତି କିଛି ପଦକ୍ଷେପ ନ ନେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଖବର ଦାତା ସମ୍ମିଳନୀରେ ମୟୂରଭଞ୍ଜ (୨) ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସନାତନ ମୁଣ୍ଡା ଗଣ ମାଧ୍ୟମ ସମ୍ମୁଖରେ କହିଥିଲେ ।ଖବରଦାତା ସମ୍ମିଳନୀରେ ଜିଲ୍ଲା ସଂପାଦକ ସେକ ଅବଦୁଲ ମାନାନା ,ରାଜ୍ୟ ପ୍ରବକ୍ତା ସୁନିଲ ମାଝୀ, ବରିଷ୍ଠ ଝାମୁମୋ ନେତା ସାଲୁ କିସ୍କୁ,ମନୋଜ ବାରିକ, ରାମଚନ୍ଦ୍ର ବଦ୍ରା,,କୁଦରାୟ ହଁସଦା, ଉଦୟନାଥ ମାଝୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ