ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଲ୍ଯାମ୍ପରେ ଆଜି ଧାନ ମଣ୍ଡି ମୁଖ୍ୟ ଅତିଥି ଏସ ଆର ସିଏ ଶ୍ରୀ ରାମଚନ୍ଦ୍ର ବିଶ୍ବାଳଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ତିର୍ଥ ମାଝୀ,ଲ୍ଯାମ୍ପ ସଭାପତି ଶ୍ରୀ ରଣଜିତ ମାଝୀ,ଲ୍ଯାମ୍ପ ଏମଡି ସନତ ରାଉତ,ଧାନ କ୍ରୟ କମିଟି ସଦସ୍ୟ ଡମ୍ବରୁଧର ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ସପ୍ତାହରେ ସୋମବାର ଏବଂ ମଙ୍ଗଳବାର ଧାନ କ୍ରୟ କରାଯିବ । ଏହି ଲ୍ଯାମ୍ପରେ ୨୧୫୯ ଜଣ ଚାଷୀ ପଂଜିକୃତ ହୋଇଛନ୍ତି ।ଚାଷୀମାନେ ଏଫଏକ୍ଯୁ ଧାନ ଆଣିବା ପାଇଁ ପରାମର୍ଶ,ଅଖା ବେଗରେ ଆଣିବା, ପରିଷ୍କାର ପରିଚ୍ଛନ୍ନ ଧାନ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା ।ଆଜି ୨୦ ଜଣ ଚାଷୀଙ୍କ ଠାରୁ ୬୦୦ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିଲା ।ବିଳମ୍ବରେ ହେଲେବି ହାଟବାଦଡାରେ ଧାନ ମଣ୍ଡି ଖୋଲିଥିବାରୁ ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ