ନଦୀରେ ବୁଡି ମହିଳା ମୃତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ବାପୁଜୀ ପେଣ୍ଠ ଗ୍ରାମରେ ଗାଧେଇବା ପାଇଁ ଯାଇଥିବା ଜେନ ମହିଳା ମହେନ୍ଦ୍ର ତନୟା ନଦୀରେ ଭାସି ନିଖୋଜ ହୋଇଥିବାର ଜଣାପଡିଛି । ବାପୁଜୀ ପେଣ୍ଠ ଗ୍ରାମ ନଦୀ ତୁଠରେ ଗାଧୋଉଥିବା ସମୟରେ ହଠାତ୍ ନଦୀରେ ଭାସି ଯାଇଥିଲେ ବାପୁଜୀ ପେଣ୍ଠ ଗ୍ରାମର ଲକ୍ଷ୍ମୀ ବିଶ୍ୱାଳ । ଖବରପାଇ ସେହି ଗ୍ରାମର ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ । କିନ୍ତୁ ନଦୀର ଜଳସ୍ତର ଅଧିକ ଥିବାରୁ ଲକ୍ଷ୍ମୀ ଙ୍କ କୈାଣସି ପତ୍ତା ମିଳିନଥିଲା, ଖବରପାଇ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ପାରଳାଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଲକ୍ଷ୍ମୀଙ୍କ ମୃତ ଶରୀର ସନ୍ଧ୍ୟା ସୁଦ୍ଧା ମିଳିନଥିବାର ଜଣାପଡିଛି ।


