ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପଦଯାତ୍ରା କରିବ କଂଗ୍ରେସ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ କଂଗ୍ରେସଦଳ ପକ୍ଷରୁ ପଦଯାତ୍ରା କରାଯିବ ବୋଲି କଂଗ୍ରେସ ପୁରୀ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ସେଠୀ ଏକ ବୈଠକ ରେ ସୂଚନା ଦେଇଛନ୍ତି ।ଆସନ୍ତା ୯ ତାରିଖ ଦିନ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ରୁ ପଦଯାତ୍ରା ଆରମ୍ଭ ହୋଇ ୧୧ ଟି ବ୍ଲକ ଏବଂ ଚାରୋଟି ପୌରାଞ୍ଚଳ ପରିକ୍ରମା କରିବ ।ଏହି ପଦଯାତ୍ରାରେ ଦଳର ରାଜ୍ୟ ଓ ଜାତୀୟ କର୍ମକର୍ତ୍ତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ କଂଗ୍ରେସ ର ଅବଦାନ ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଯିବ । ଜିଲ୍ଲା ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଙ୍କୁ ସଂଯୋଜନା କମିଟି ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପୁରୀ ପୌରାଞ୍ଚଳ ସମେତ ପିପିଲି, ନିମାପଡ଼ା, ଓ କୋଣାର୍କ ଏନଏସି ରେ ଏ ଭଳି କାର୍ଯ୍ୟକ୍ରମ ର ଆୟୋଜନ କରାଯିବ।ପର୍ଯ୍ୟବେକ୍ଷକ ଚିନ୍ମୟ ବେଉରା ,ପି ସି ସି ମୁଖପାତ୍ର ବିନାୟକ ଦାସ ମହାପାତ୍ର ,ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର, ରାଜେଶ କୁମାର ମିଶ୍ର ,ନିରଞ୍ଜନ ରଥ ,ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ,ଜ୍ଞାନ ରଞ୍ଜନ ପଟ୍ଟନାୟକ ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ ,ବିଜୟ ପ୍ରଧାନ, ବିଦ୍ୟୁତ ଲତା ଆଚାର୍ଯ୍ୟ ,ସ୍ଵାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ ,ଅମିୟ ମହାପାତ୍ର ପ୍ରମୁଖ ବୈଠକ ରେ ଯୋଗ ଦେଇଥିଲେ । ନିମାପଡ଼ା ବ୍ଲକରେ ଏହି କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିଲାଗି ବ୍ଲକ ସଭାପତି ବିଜୟ ପ୍ରଧାନ ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।


