ନାବାଳକକୁ ଇଟାଭାଟିରେ ଖଟାଇ ନିର୍ଯ୍ୟାତନା : ଅଭିଯୋଗ ପରେ ପୋଲିସ ନିରବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜନୈକ ନାବାଳକକୁ ଏକ ଇଟାଭାଟିରେ ଖଟାଇବା ସହ ତାକୁ ନିର୍ଯ୍ୟାତନା ଦିଆଯିବା ନେଇ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ପରେବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୁଳୁଦିଆ ଗ୍ରାମର ଅଜାମିଳ କାମିଲାଙ୍କ ପତ୍ନୀ କବିତା କାମିଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାବାଳାକ ସାନପୁଅ ଗୈାତ୍ତମ କାମିଳାକୁ ସେହି ଗ୍ରାମର କୃତିବାସ ସରକାର ନେଇ ତାଙ୍କ ଇଟାଭାଟି ଏବଂ ଟ୍ରାକ୍ଟରରେ ଶ୍ରମିକ ଭାବରେ ଖଟାଉଥିଲେ । ଏସମ୍ପର୍କରେ କୃତିବାସ ଗୈାତ୍ତମର ପିତା,ମାତାଙ୍କୁ କିଛି ଜଣାଇନଥିଲେ । ଗତ ଜୁନମାସ ୩୦ତାରିଖରେ , କୃତିବାସ ତାଙ୍କ ପୁଅ ଏବଂ ପତ୍ନୀ ଗୈାତ୍ତମକୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଉଧ୍ୟମ କରୁଥିବା ସମ୍ପର୍କରେ ଖବର ପାଇ ଗୈାତ୍ତମର ମା’ କବିତା କାମିଲା, ବାପା ଅଜାମିଳ କାମିଲା ଓ ବଡଭାଇ ଉତ୍ତମ କାମିଲା ଘଟଣାସ୍ଥଳରେ ପହଞ୍ଚି ଗୈାତ୍ତମକୁ ନମାରିବା ପାଇଁ କୃତିବାଚୁ ନିବେଦନ କରିବାରେ ସେମାନେ କବିତାଙ୍କୁ ଗାଳିଗୁଲଜ କରି ଧକ୍କା ତଣ୍ଟିଆ ମାରି ସେ ପିନ୍ଧିଥିବା ଲୁଗାଟିକୁ ଟାଣି ଚିରି ଦେବା ସହ କବିତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏଥିସହିତ ତାଙ୍କ ସ୍ୱାମୀ ଓ ବଡପୁଅ ଉତ୍ତମକୁ ମାଡମାରି ତା’ଠାରୁ ଏକ ମୋବାଇଲ ଫୋନ ଓ ସୁନା ଲକେଟ ଛଡାଇନେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ତନ୍ତିଆପାଳ ଥାନାରେ କବିତା ଲିଖିତ ଅଭିଯୋଗ କରିଥିଲେବି ପୋଲିସ ରାଜନୈତିକ ଚାପର ବଶବର୍ତ୍ତ ହୋଇ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା କବିତା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ