ପଧାନପଡା ଓ କେନ୍ଦୁଆପଦା ସମିିତିର ସଭାପତି ନିର୍ବାଚନରେ ୪ ପ୍ରାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ୧୩ ତାରିଖ ବନ୍ତ ବ୍ଲକର ପଧାନପଡା ଓ କେନ୍ଦୁଆପଦା ସେବା ସମବାୟ ସମିତିରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ୨ ସମିତି ପକ୍ଷରୁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପଧାନପଡା ସମିତିରେ ହୃଷିକେଶ ସାହୁ ଓ ସେକ୍ କଦମ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଥିବା ବେଳେ କେନ୍ଦୁଆପଦା ସମିତିରେ ଜୟନ୍ତ କୁମାର ସାମଲ ଓ ଗଜେନ୍ଦ୍ର ନାରାୟଣ ଲେଙ୍କାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି ପ୍ରକାଶିତ ତାଲିକାରୁ ଜଣାଯାଇଛି । ପଧାନପଡାରେ ନିର୍ବାଚନ ଅଧିକାରୀ ତପନ କୁମାର ସେଠୀ, ସଂପାଦକ ନାରାୟଣ ଚନ୍ଦ୍ର ସାହୁ ଏବଂ କେନ୍ଦୁଆପଦା ସମିତିରେ ନିର୍ବାଚନ ଅଧିକାରୀ ଉମାକାନ୍ତ ନାୟକ, ସଂପାଦକ କାମିନୀକାନ୍ତ ପଣ୍ଡା ଆଜିକାର ନିର୍ବାଚନୀ ପ୍ରକ୍ରିୟା ଦାୟୀତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ