ନୂତନ ଅଳଙ୍କାର ସୋ’ରୁମ ‘ଏସଜେ ଜୁଏଲାର୍ସ’ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଷ୍ଟେସନ ଛକରେ ଅତ୍ୟାଧୁନିକ ଅଳଙ୍କାର ସୋ-ରୁମ ‘ଏସଜେ ଜୁୟେଲାର୍ସ’ ରବିବାର ଉଦଘାଟିତ ହୋଇଯାଇଛି । ଯୁବ ଶିଳ୍ପଦ୍ୟୋଗୀ ସଂଗ୍ରାମ ଦାସ ଏହାକୁ ଉଦଘାଟନ କରିବା ସହ ନୂତନ ସୋ-ରୁମର ବ୍ୟବସାୟିକ ସଫଳତା କାମନା କରିଥିଲେ । କମ ମୂଲ୍ୟଯୁକ୍ତ ଅଳଙ୍କାର ବ୍ୟବହାରର ପସନ୍ଦ ରଖୁଥିବା ଗ୍ରାହକଙ୍କ ଚାହିଦା ପୂରଣରେ ଏସଜେ ଜୁୟେଲାର୍ସ ସହାୟକ ହେବ ବୋଲି ଶ୍ରୀ ଦାସ ଆଶାପ୍ରକାଶ କରିଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ, ଷ୍ଟେସନ କ୍ଲବ ସଭାପତି ଗିରିଜା ଶଙ୍କର ଦାସ, ଯୁବ ବ୍ୟବସାୟୀ ଅୟନ ସେନ, ଶ୍ରମିକ ନେତା ବିକାଶ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲେଶ୍ୱର ସହରରେ ଖୋଲିଥିବା ଏହି ସ୍ୱତନ୍ତ୍ର ଅଳଙ୍କାର ସୋ-ରୁମ ସବୁବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ମତପ୍ରକାଶ କରିଥିଲେ । ସୋ’ରୁମ ସତ୍ତ୍ୱାଧିକାରୀ ଶୈଳଜେମା ଦାସଙ୍କ ପୌରହିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସତ୍ୟନାରାୟଣ ଦାସ, ଶୈଳାବ ସତ୍ୟକାମ ଦାସ, ସ୍ୱୟଂଶ୍ରୀ ପଟ୍ଟନାୟକ, ସାବିତ୍ରୀ ଦାସ ଓ ସ୍ମୃତିରେଖା ଦାସ ପ୍ରମୁଖ ଉପସ୍ଥିତ ରହି ୱାନ ଓ ଟୁ ଗ୍ରାମ ଗୋଲ୍ଡ ପ୍ଲେଟେଡ ଅଳଙ୍କାରର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅଳଙ୍କାରରେ ପାରମ୍ପରିକ ସୁନା ଗହଣା ଭଳି ନେକଲେସ, ବ୍ରେସଲେଟ, ହାର, ମଙ୍ଗଳସୁତ୍ର, କାନଫୁଲ, ମୁଦି ପ୍ରଭୃତି ଅନେକ ପ୍ରକାର ସାମଗ୍ରୀ ଉପଲବ୍ଧ ବୋଲି ସେମାନେ କହିଥିଲେ । ପ୍ରତ୍ୟେକ ଗହଣା ଉପରେ ଏକ ବର୍ଷର ୱାରେଣ୍ଟି ଦିଆଯାଉଥିବା ବେଳେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।


